ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ବିଜେଡି ପକ୍ଷରୁ ଘୋଷଣା କରାଯାଇଛି

ଆଜି ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ବିଜେଡି ପକ୍ଷରୁ ଘୋଷଣା କରାଯାଇଛି। ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, କାକଟପୁରରୁ ତୁଷାରକାନ୍ତି ବେହେରା, ବାଙ୍ଗିରିପୋଷିରୁ ରଂଜିତା ମାରାଣ୍ଡି, ବରୀରୁ ବିଶ୍ବରଂଜନ ମଲ୍ଲିକଙ୍କୁ ଦଳ ଟିକେଟ ଦେଇଛି ।

ସପ୍ତମ ପର୍ଯ୍ୟାୟରେ ମୋଟ ୬ ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ୬ ଟି ଆସନରୁ ପାଞ୍ଚ ଜଣ ନୂଆ ମୁହଁ ରହିଛନ୍ତି । ଏଥର ବରୀରେ ବର୍ତମାନର ବିଧାୟକ ସୁନନ୍ଦା ଦାସଙ୍କ ସ୍ଥାନରେ ବିଶ୍ବରଂଜନ ମଲ୍ଲିକ ଟିକେଟ୍ ପାଇଛନ୍ତି। ଜଗତସିଂହପୁର ବାଲିକୁଦା ଏରସମାରୁ ସାରଦା ଜେନା ପ୍ରଥମ ଥର ପାଇଁ ବିଜେଡିରୁ ଲଢ଼ିବେ। ରଘୁନନ୍ଦନ ଦାସଙ୍କ ଟିକେଟ କଟି ସାରଦା ଜେନା ଟିକେଟ୍ ପାଇଛନ୍ତି ।

ସେହିଭଳି ମୟୁରଭଞ୍ଜ ବାଙ୍ଗିରିପୋଷିରେ ସୁଦାମ ମାର୍‌ଣ୍ଡିଙ୍କ ସ୍ଥାନରେ ତାଙ୍କ ସ୍ତ୍ରୀ ରଂଜିତା ମାରାଣ୍ଡିଙ୍କୁ ଟିକେଟ୍ ଦିଆଯାଇଛି । ବର୍ତମାନର ଢେଙ୍କାନାଳ ଏମପି ମହେଶ ସାହୁ ହିନ୍ଦୋଳରେ ପ୍ରଥମ ଥର ପାଇଁ ଲଢ଼ିବେ। ସୀମା ନାୟକଙ୍କ ଜାଗାରେ ମହେଶଙ୍କୁ ଟିକେଟ ମିଳିଛି। ରଘୁନାଥପାଲୀରେ ସୁବ୍ରତ ତରାଇଙ୍କ ସ୍ଥାନରେ ପତ୍ନୀ ଅର୍ଚ୍ଚନା ବେହେରାଙ୍କୁ ବିଜେଡି ଟିକେଟ୍ ଦେଇଛି ।ତେବେ ଏବେ ମଧ୍ୟ ବିଜେଡି ପକ୍ଷରୁ ଆହୁରି ୬ ଟି ଆସନରେ ପ୍ରାର୍ଥୀ ଘୋଷଣା ହୋଇନାହିଁ ଅର୍ଥାତ ଏବେ ସୁଦ୍ଧା ବିଜେଡି ୧୪୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

Related Articles

Back to top button