ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ବାର୍ଷିକରେ ପୁଷ୍ପାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀରେ ଏକତାର ଶପଥ ନେଇଥିଲେ। ସର୍ଦ୍ଦାର ପଟେଲ ଦେଶର ପ୍ରଥମ ଗୃହମନ୍ତ୍ରୀ ଥିଲେ ଏବଂ ସ୍ବାଧିନତା ପରେ ଭାରତର ଏକୀକରଣରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ତେଣୁ ତାଙ୍କର ଜନ୍ମ ବାର୍ଷିକୀ ମଧ୍ୟ ଜାତୀୟ ଏକତା ଦିବସ ଭାବରେ ପାଳନ କରାଯାଏ।

ଲୈାହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୮ ତମ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଜାତୀୟ ଏକତା ପ୍ରତି ତାଙ୍କର ପ୍ରତିବଦ୍ଧତା ସମସ୍ତଙ୍କୁ ମାର୍ଗଦର୍ଶନ କରୁଛି। ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀରେ ଆମେ ତାଙ୍କର ଅଦମ୍ୟ ଆତ୍ମା, ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ଅସାଧାରଣ ନିଷ୍ଠା ମନେ ରଖିଛୁ ଯାହାଦ୍ୱାରା ସେ ଆମ ଦେଶର ଭାଗ୍ୟକୁ ଏକ ଆକାର ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ କହିଛନ୍ତି। ଆମେ ସର୍ବଦା ତାଙ୍କ ନିକଟରେ ଋଣୀ ହୋଇ ରହିବା।

ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ନରେନ୍ଦ୍ର ମୋଦୀ ୨୦୧୩ ରେ ଷ୍ଟାଚ୍ୟୁ ଅଫ୍ ୟୁନିଟିର ମୂଳଦୁଆ ପକାଇଥିଲେ ଏବଂ ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୮ ମସିହାରେ ସେ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’କୁ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ଭାବରେ ଦେଶକୁ ଉତ୍ସର୍ଗ କରିଥିଲେ। ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ପ୍ରାୟ ୨୯୮୯ କୋଟି ଟଙ୍କା ବିନିମୟରେ ସମ୍ପୂର୍ଣ୍ଣ ହୋଇଛି, ଯେଉଁଠାରେ ଏପର୍ଯ୍ୟନ୍ତ ୧.୫୩ କୋଟି ପର୍ଯ୍ୟଟକ ପରିଦର୍ଶନ କରିଛନ୍ତି । ଏହି ପ୍ରତିମୂର୍ତ୍ତି ପରେ ସ୍ଥାନୀୟ ଲୋକମାନେ ରୋଜଗାରର ଅବସର ପାଇଲେ ଏହା ସହ ଗୁଜୁରାଟ ଏବଂ ଦେଶର ପର୍ଯ୍ୟଟକଙ୍କ ପାଇଁ ଏକ ନୂତନ ପର୍ଯ୍ୟଟନସ୍ଥଳୀ ମିଳିଲା।

ଏଥି ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବହୁ ବିଶିଷ୍ଟ ନେତା ମଙ୍ଗଳବାର ଦିନ ଜନ୍ମ ବାର୍ଷିକୀରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଜାତୀୟ ରାଜଧାନୀର ପଟେଲ ଚୈାକରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରାଷ୍ଟ୍ରପତି ମୁର୍ମୁ, ଧନଖର, ଶାହା ଏବଂ ଅନ୍ୟ ନେତାମାନେ ତାଙ୍କ ଜନ୍ମ ବାର୍ଷିକୀରେ ଭାରତର ପ୍ରଥମ ଗୃହମନ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପଟେଲ ଚୌକରେ ଆୟୋଜିତ ଏହି ସମାରୋହରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ମୀନାକ୍ଷୀ ଲେଖୀ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ।

Related Articles

Back to top button