ତୃତୀୟ ଥର ପାଇଁ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ : ଏଥର ୪୦୦ କୋଟି ଟଙ୍କା ଦାବି କରିଛି ଦୃର୍ବୃତ୍ତ

ତୃତୀୟ ଥର ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ଇ-ମେଲ୍ ମାଧ୍ୟମରେ ହତ୍ୟା ଧମକ ମିଳିଛି । ଏଥିର ମୁଣ୍ଡ ବଦଳରେ ୪୦୦ କୋଟି ଟଙ୍କା ଦାବି କରାଯାଇଛି । ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ମୁମ୍ବାଇ ପୋଲିସ ପକ୍ଷରୁ ମୁକେଶ ଅମ୍ବାନୀଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ଇ-ମେଲ୍ ପଠାଇଥିବା ବ୍ୟକ୍ତିକୁ ଧରିବାକୁ ଉଦ୍ୟମ ଚଳାଇଛି । ଏହି ମେଲ୍ ଅମ୍ବାନୀଙ୍କ ଅଫିସିଆଲ୍ ଇଡିକୁ ପଠାଇଯାଇଛି । ଏହା ସହିତ ଧମକ ପଠାଇଥିବା ବ୍ୟକ୍ତି ପୋଲିସକୁ ମଧ୍ୟ ଚ୍ୟାଲେଞ୍ଜ କରିଛି । ପୋଲିସ ତାକୁ ଚାହିଁଲେ ବି ଧରିପାରିବ ନାହିଁ ବୋଲି କହିଛି ।

ଏହା ପୂର୍ବରୁ ଅକ୍ଟୋବର ୨୭ ତାରିଖରେ ମୁକେଶ ଅମ୍ବାନୀଙ୍କୁ ମଧ୍ୟ ଇ-ମେଲ୍ ମାଧ୍ୟମରେ ହତ୍ୟା ଧମକ୍ ମିଳିଥିଲା । ତେବେ କମ୍ପାନୀ ପକ୍ଷରୁ ଏହାର କୌଣସି ଜବାବ ଦିଆଯାଇନଥିଲା । ଏବେ ସୋମବାର ତୃତୀୟ ଥର ପାଇଁ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ମିଳିଛି । ପୂର୍ବ ଇ-ମେଲରେ ୨୦୦କୋଟି ଟଙ୍କା ଦାବି କରାଯାଇଥିବା ବେଳେ ଏବେ ଏହି ରାଶିକୁ ଦୃର୍ବୃତ୍ତମାନେ ବଢ଼ାଇ ଦେଇଛନ୍ତି । ଏଥିରେ ୪୦୦ କୋଟି ଟଙ୍କା ଦାବି କରାଯାଇଛି ।

Related Articles

Back to top button