ଦେଶର ସବୁଠୁ ବଡ଼ ବ୍ରିଜ୍ ‘ଅଟଳ ସେତୁ’କୁ ଆଜି ଉଦ୍ଘାଟିତ କରିବେ ପ୍ରଧାନମନ୍ତ୍ରୀ

ଆଜି ଉଦଘାଟନ ହେବ ଅଟଳ ସେତୁ । ଏହା ହେଉଛି ଭାରତର ସବୁଠାରୁ ଲମ୍ବା ସମୁଦ୍ର ସେତୁ, ଯାହାର ବ୍ୟୟ ବଜେଟ୍ 17840 କୋଟି ଟଙ୍କା । ଆଜି ପ୍ରଧାନମନ୍ତ୍ରୀ ମୋଦି ମୁମ୍ବାଇରେ ଏହାର ଉଦଘାଟନ କରିବେ । ଏହି ବ୍ରିଜ୍ ସମୁଦ୍ର ଜରିଆରେ ମୁମ୍ବାଇରୁ ନଭି ମୁମ୍ବାଇକୁ ସଂଯୋଗ କରିବ । ଏହି ସେତୁର ଲମ୍ବ ୨୨ କିଲୋମିଟର ଯାହା ଭାରତୀୟ ଇଞ୍ଜିନିୟରିଂର ସଫଳତାର ବଡ଼ ଉଦାହରଣ । ଏହି ବ୍ରିଜ୍ ହେବା ପରେ ଖୁବ୍ ସମୟ ମଧ୍ୟରେ ମୁମ୍ବାଇରୁ ନଭି ମୁମ୍ବାଇ ପହଞ୍ଚି ହେବ ।ସୂଚନାଯୋଗ୍ୟ ଯେ, MTHL ହେଉଛି ଏକ ୬ ଲେନ୍‌ ବିଶିଷ୍ଟ ବ୍ରିଜ । ଏହି ବ୍ରିଜର ୧୬.୫୦ କିଲୋମିଟର ସମୁଦ୍ରରେ ରହିଥିବା ବେଳେ ସ୍ଥଳଭାଗରେ ମାତ୍ର ୫.୫ କିଲୋମିଟର ରହିଛି । ତେବେ ଲମ୍ବା ରାସ୍ତାକୁ କମ୍‌ ସମୟରେ ଅତିକ୍ରମ କରିବା ପାଇଁ ଏହି ବ୍ରିଜଟି ନିର୍ମାଇ କରାଯାଇଛି । ବ୍ରିଜ୍ ତିଆରି ପୂର୍ବରୁ ମୁମ୍ବାଇରୁ ନାଭି ମୁମ୍ବାଇ ପହଞ୍ଚିବା ପାଇଁ ପ୍ରାୟ ୨ ଘଣ୍ଟା ସମୟ ଲାଗୁଥିବା ହେଲେ ଏବେ ମାତ୍ର ୨୦ ମିନିଟରେ ନଭି ମୁମ୍ବାଇରୁ-ମୁମ୍ବାଇକୁ ପହଞ୍ଚି ହେବ ।

Related Articles

Back to top button