ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତିରେ ପୁଣି ଅପରିବର୍ତ୍ତିତ ରହିଛି ରେପୋ ରେଟ୍‍

ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତିରେ ପୁଣି ଅପରିବର୍ତ୍ତିତ ରହିଛି ରେପୋ ରେଟ୍‍ । ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସି କମିଟି ମିଟିଂରେ ନିଆଯାଇଥିବା ନିଷ୍ପତି ଅନୁସାରେ ରେପୋ ରେଟ୍‍ ୬.୫ ପ୍ରତିଶତ ରହିଛି । ଏନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ୨୦୨୩ ଫେବୃଆରୀ ୮ରେ ରେପୋ ରେଟକୁ ୬.୫କୁ ବୃଦ୍ଧି କରିଥିଲେ ରିଜର୍ଭ ବ୍ୟାଙ୍କ । ଗତ ବର୍ଷ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୪ ପ୍ରତିଶତ ରହିଥିବା ବେଳେ ଚଳିତ ବର୍ଷ ଏହି ହାର ହ୍ରାସ ପାଇଛି । ଡିସେମ୍ବରରେ ଏହି ହାର ୫.୬୯ ପ୍ରତିଶତ ରହିଥିଲା ।

Related Articles

Back to top button