ବିହାରରେ ଜାତିଗତ ସର୍ଭେର ରିପୋର୍ଟ ଏବେ ଜାରି କରାଯାଇଛି

ବିହାରର ରାଜଧାନୀ ପାଟନାରୁ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟରେ ଜାତିଗତ ସର୍ଭେର ରିପୋର୍ଟ ଏବେ ଜାରି କରାଯାଇଛି । ବିହାରର ମୁଖ୍ୟ ସଚିବ ଏକ ପ୍ରେସ କନଫରେନ୍ସ ଜରିଆରେ ଏହି ରିପୋର୍ଟ ପୁସ୍ତକ ରିଲିଜ କରିଛନ୍ତି । ଏହି ପୁସ୍ତକରେ ବିହାରରେ ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ ପାଇଛି । ତେବେ ରିପୋର୍ଟ ଅନୁସାରେ, ବିହାରରେ ରାଜପୁତଙ୍କ ଜନସଂଖ୍ୟା ୩.୪୫% ଥିବା ବେଳେ ଯାଦବ ୧୪%, ଭୂମିହାର ୨.୮୬% ରହିଛନ୍ତି । ସେହିପରି ବ୍ରାହ୍ମଣ ୩.୬୫% ଏବଂ ନୌନିୟା ସମ୍ପଦାୟର ଜନସଂଖ୍ୟା ୧.୯% ରହିଛି ।

ଜାତିଗତ ସର୍ଭେ ରିପୋର୍ଟ ଅନୁସାରେ, ବିହାରରେ ପଛୁଆ ବର୍ଗର ୨୭.୧୩%, ଅତି ପଛୁଆ ବର୍ଗର ଜନସଂଖ୍ୟା ୩୬.୦୧% ଏବଂ ଅନ୍ୟ ପଛୁଆ ବର୍ଗ ୧୫.୫୨% ଲୋକ ବସବାସ କରୁଛନ୍ତି । ସେହିପରି ବିହାରର ମୋଟ ଜନସଂଖ୍ୟା ୧୩,୦୭,୨୫,୩୧୦ ଥିବା ବେଳେ ପଛୁଆ ବର୍ଗର ଜନସଂଖ୍ୟା ରହିଛି ୩,୫୪,୬୩,୯୩୬ ରହିଛି । ଏହାବ୍ୟତୀତ ଅନ୍ୟ ପଛୁଆ ବର୍ଗ ଜନସଂଖ୍ୟା ୪,୭୦,୮୦,୫୧. ଅନୁସୂଚିତ ଜାତି ୨,୫୬,୮୯,୮୨. ଅନୁସୂଚିତ ଜନଜାତିରେ ୨୧,୯୯,୩୬୧ ଲୋକ ଏବଂ ୨,୦୨,୯୧,୬୭୯ ଲୋକ ଅନାରକ୍ଷିତ ଜନସଂଖ୍ୟା ରିପୋର୍ଟରେ ପ୍ରକାଶ ପାଇଛି । ବିହାର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁସାରେ, ବିହାରରେ ୮୨% ହିନ୍ଦୁ ବସବାସ କରୁଥିବା ବେଳେ ମୁସଲିମ ସମ୍ପ୍ରଦାୟରେ ୧୭.୭%, ଇସାଇ ସମ୍ପ୍ରଦାୟର .୦୫%, ବୌଦ୍ଧ ଧର୍ମର .୦୮% ଲୋକ ରହିଛନ୍ତି ଏବଂ .୦୦୧୬% କୌଣସି ସମ୍ପ୍ରଦାୟର ହୋଇ ନଥିବା ରେକର୍ଡ କରାଯାଇଛି ।

ତେବେ ଜାତିଗତ ଜନଗଣନାର ରିପୋର୍ଟକୁ ନେଇ ଟ୍ୱିଟ ଯୋଗେ ଏକ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିହାରରେ ଜାତୀୟ ଜନଗଣନାର ରିପୋର୍ଟ ମୁତାବକ, ରାଜ୍ୟରେ ୩.୬୫% ବ୍ରାହ୍ମଣ(୪୭,୮୧,୨୮୦), ରାଜପୁତ ୩.୪୫%(୪୫,୧୦,୭୩୩), କାୟସ୍ଥ ୦.୬୦୧୧%(୭,୮୫,୭୭୧), କୁର୍ମି ୨.୮୭୮୫%(୩.୬୨,୯୬୯) ଏବଂ କୁଶବାହାର ଜନସଂଖ୍ୟା ୪.୨୧୨୦%(୫୫,୦୬,୧୧୩) ରହିଛି । ସେହିପରି ତେଲି ୨.୮୧ ପ୍ରତିଶତ ଓ ଭୂମିହାର ଲୋକଙ୍କ ସଂଖ୍ୟା ରହିଛି ମୋଟ ଜନସଂଖ୍ୟାର ୨.୮୬୯୩ ପ୍ରତିଶତ ।

Related Articles

Back to top button