ୟୁପିଏସସି ଲଞ୍ଚ କଲା ମୋବାଇଲ ଆପ୍: ପରୀକ୍ଷା ଏବଂ ଭର୍ତ୍ତି ବାବଦରେ ମିଳିବ ସୂଚନା

ନୂଆଦିଲ୍ଲୀ: ସଂଘ ଲୋକ ସେବା ଆୟୋଗ, ୟୁପିଏସସି ଏକ ନୂଆ ଆପ୍ ଲଞ୍ଚ କରିଛି । ଏହି ଆପ ବାବଦରେ upsc.gov.inରେ ସୂଚନା ଦିଆଯାଇଛି । ମୋବାଇଲ ସାହାଯ୍ୟରେ ଆଶାୟୀଙ୍କୁ ସମସ୍ତ ପରୀକ୍ଷା ଏବଂ ଭର୍ତ୍ତି ବାବଦରେ ସୂଚନା ମିଳିପାରିବ । ଗୁଗଲ ପ୍ଲେ ଷ୍ଟୋରରେ ଆପ ଉପଲବ୍ଧ ରହିଛି । ୟୁପିଏସସି ସ୍ପଷ୍ଟ ଭାବେ କହିଛି ଯେ ଏହି ଆପର ଉଦ୍ଦେଶ୍ୟ କେବଳ ସୂଚନା ପ୍ରଦାନ କରିବା । ଆବେଦନ ପତ୍ର ଦାଖଲ ପାଇଁ ଏହି ଆପର ବ୍ୟବହାର କରାଯାଇ ପାରିବ ନାହିଁ ।

ୟୁପିଏସସି ୱେବସାଇଟର ନୋଟିସରେ ଲେଖାଯାଇଛି ଯେ, ସଂଘ ଲୋକ ସେବା ଆୟୋଗ ମୋବାଇଲ ମାଧ୍ୟମରେ ପରୀକ୍ଷା ଏବଂ ଭର୍ତ୍ତି ସୂଚନା ପ୍ରଦାନ କରିବା ପାଇଁ ଗୁଗଲ ପ୍ଲେ ଷ୍ଟୋରରେ UPSC android ଆପ ଲଞ୍ଚ କରିଛି।

ୟୁପିଏସସି ଆଶାୟୀଙ୍କ ପାଇଁ ଏହା ଏକ ବଡ଼ ଖବର। ଏହି ଆପ ମାଧ୍ୟରେ ସେ ପରୀକ୍ଷା ସମ୍ପର୍କିତ ସରକାରୀ ସୂଚନା ପାରିବେ। ଏଥିରେ ଆଶାୟୀଙ୍କୁ ସଠିକ ସୂଚନା ମିଳିବ।

Related Articles

Back to top button