କେନ୍ଦ୍ର ସରକାରଙ୍କ ଏମଏସପି ପ୍ରସ୍ତାବକୁ ଖାରଜ କରିିଦେଲା ସଂଯୁକ୍ତ କିଷାନ ମୋର୍ଚ୍ଚା

କେନ୍ଦ୍ର ସରକାରଙ୍କ ଏମଏସପି ପ୍ରସ୍ତାବକୁ ଖାରଜ କରିିଦେଲା ସଂଯୁକ୍ତ କିଷାନ ମୋର୍ଚ୍ଚା । କେନ୍ଦ୍ର ସରକାର ନୂଆ ଫର୍ମୁଲା ଆଧାରରେ ଏମଏସପି ଦେବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ଚାଷୀ ସଙ୍ଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହାକୁ ସ୍ୱୀକାର କରିବାକୁ ସିଧା ସିଧା ମନା କରିଦେଇଛି ।କେନ୍ଦ୍ର ସରକାର ଚାଷୀଙ୍କ ଆଗରେ ମକ୍କା, କପା, ମୁସର ସମେତ ୫ଟି ଫସଲ ଉପରେ ଏ୨+ଏଫଏଲ+୫୦% ଆଧାରରେ ଫସଲ କିଣିବାକୁ ପ୍ରସ୍ତାବ ରଖିଥିଲା । ହେଲେ କୃଷକ ମୋର୍ଚ୍ଚା ତରଫରୁ କିନ୍ତୁ ସି୨+୫୦% ଫର୍ମୁଲାରେ ଏମଏମସପି ଗ୍ୟାରେଣ୍ଟି ଦାବି କରାଯାଇଛି । କିଷାନ ମୋର୍ଚ୍ଚାର କହିବା କଥା ହେଲା, ବିଜେପି ୨୦୧୪ ମସିହାରେ ନିଜ ଘୋଷଣାପତ୍ରରେ ଏନେଇ ପ୍ରତିଶ୍ରୁତି ଦେଇଥିଲା । ଯାହାକୁ ଏବେ ମନା କରୁଛି ।

Related Articles

Back to top button