ଆଜିଠୁ ଖୋଲିଲା ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିର

ଆଜିଠୁ ଖୋଲିଲା ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିରର କବାଟ । ହଜାର ହଜାର ଭକ୍ତଙ୍କ ଜୟ ଜୟକାର ମଧ୍ୟରେ ସକାଳ ୬ଟାରେ ମନ୍ଦିରର କବାଟ ଖୋଲିଛି। ଏହି ଅବସରରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉପସ୍ଥିତ ଥିଲେ । ଏହାସହ ମନ୍ଦିରକୁ ୪୦ କ୍ୱିଣ୍ଟାଲ ଫୁଲରେ ସଜାଯାଇଥିଲା । ତେବେ ସକାଳେ ହଜାର ହଜାର ଭକ୍ତ କବାଟ ଖୋଲିବା ବେଳେ ଉପସ୍ଥିତ ଥିଲେ ।କେଦାରନାଥ ଧାମରେ ତୀର୍ଥଯାତ୍ରୀଙ୍କ ପାଇଁ ବିଶ୍ୱାସ ପଥ ନିର୍ମାଣ କରାଯାଇଛି । ସେହିପରି ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର ଦ୍ୱାର ମଧ୍ୟ ଆଜି ବିଦେଶରେ ଭକ୍ତଙ୍କ ପାଇଁ ଖୋଲାଯିବ। ଅନ୍ୟପଟେ ଆଜି କେଦାରନାଥ ଧାମ ଖୋଲୁଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଗତକାଲି ସୁଦ୍ଧା ଚାରି ଧାମ ଯାତ୍ରା ନିମନ୍ତେ ୨୨ ଲକ୍ଷ ଶ୍ରଦ୍ଧାଳୁ ନାମ ପଞ୍ଜୀକରଣ କରି ସାରିଛନ୍ତି।

Related Articles

Back to top button