ଦିଲ୍ଲୀରେ ତୃତୀୟ ‘ମଙ୍କିପକ୍ସ’ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ ରହୁଥିବା ଅନ୍ୟ ଜଣେ ନାଇଜେରିଆ ବ୍ୟକ୍ତି ମଙ୍ଗଳବାର ‘ମଙ୍କିପକ୍ସ’ଆକ୍ରାନ୍ତ ହୋଇଛନ୍ତି। ଏନେଇ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। ଉକ୍ତ ବ୍ୟକ୍ତିଙ୍କର କିଛି ଦିନ ପୂର୍ବରୁ ଲକ୍ଷଣ ଦେଖାଯାଇଥିବା ବେଳେ ନମୁନାକୁ ଯାଞ୍ଚ ପାଇଁ ପଠାଯାଇଥିଲା। ତେବେ ବ୍ୟକ୍ତିଙ୍କର ମଙ୍ଗଳବାର ରିପୋର୍ଟ ପଜିଟିଭ୍‌ ଆସିଥିଲା। ସୋମବାର ୩୫ବର୍ଷୀୟ ବ୍ୟକ୍ତି ‘ମଙ୍କିପକ୍ସ’ରେ ଆକ୍ରାନ୍ତ ହୋଇଛନ୍ତି। ସେ ମଧ୍ୟ ନାଇଜେରିଆର ହୋଇଥିବା ବେଳେ ବର୍ତ୍ତମାନ ସେ ଦିଲ୍ଲୀରେ ରହୁଛନ୍ତି। ହେଲେ ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ଜଣାପଡ଼ିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏହା ରାଜ୍ୟର ତୃତୀୟ ମାମଲା। ସୂଚନା ମୁତାବକ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୮ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି।

Related Articles

Back to top button