ଇତିହାସ ରଚିଲା ଭାରତୀୟ ମହିଳା ଟିମ୍‌: ‘ଲନ୍‌ ବଲ୍‌’ରେ ଜିତିଲା ସ୍ବର୍ଣ୍ଣ ପଦକ

ବର୍ମିହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଇତିହାସ ରଚିଛି ଭାରତୀୟ ମହିଳା ଟିମ୍‌। ଲନ୍‌ ବଲ୍‌ ମୁକାବିଲାର ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ପରାଜିତ କରି ଦଳ ସ୍ବର୍ଣ୍ଣ ପଦକ ହାସଲ କରିଛି। ପ୍ରଥମ ଥର ପାଇଁ ଏହି ଇଭେଣ୍ଟରେ ଦଳ ଭାଗ ନେଇଥିବା ବେଳେ ୯୬ ବର୍ଷ ପରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଛି।

ସୋମବାର ଦଳ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ମଙ୍ଗଳବାର ଅଢ଼େଇ ଘଣ୍ଟା ଧରି ଚାଲିଥିବା ଫାଇନାଲ ମୁକାବିଲାରେ ଭାରତୀୟ ମହିଳା ଟିମ୍‌ର ଲଭ୍‌ଲୀ ଚୌବେ, ପିଙ୍କି, ନୟନମଣି ସାଇକିଆ ଏବଂ ରୂପା ରାଣୀ ତିର୍କି ଦମ୍‌ଦାର ପ୍ରଦର୍ଶନ କରି ପଦକ ଜିତିଛନ୍ତି।

ଏହି ପଦକ ସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏଥିରେ ୪ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୩ କାଂସ୍ୟ ପଦକ ରହିଛି।

Related Articles

Back to top button