ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି

ସୁରକ୍ଷାକର୍ମୀଙ୍କ ଗୁଳିରେ ପୁଣି ୩ ଆତଙ୍କବାଦୀ ନିପାତ । ସୂଚନା ଅନୁସାରେ, ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ଆଉ ୨ ଆତଙ୍କବାଦୀ ଲୁଚିଥିବା ଆଶଙ୍କା କରାଯାଉଛି । ସେଥିପାଇଁ ସୁରକ୍ଷାକର୍ମୀମାନେ ପୁଣି ଥରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଗତ ଗୁରୁବାର ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ରହିଥିବାର ଖବର ସୁରକ୍ଷାକର୍ମୀମାନେ ପାଇଥିଲେ । ଖବର ପାଇ ସାରିବା ପରେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଧୀରେ ଧୀରେ ସର୍ଚ୍ଚ ଅପରେସନ ଗୁଳି ବିନିମୟରେ ପରିଣତ ହୋଇଯାଇଥିଲା ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ଆଉ ଏହି ଗୁଳିବିନିମୟରେ ଗତ ଶୁକ୍ରବାର ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଥିଲା । ଆତଙ୍କବାଦୀମାନେ ଲୁଚି ରହିଥିବା ଅଞ୍ଚଳରେ ସୁରକ୍ଷାକର୍ମୀମାନେ ସ୍ୱତନ୍ତ୍ର କଡ଼ାକଡ଼ି ବ୍ୟବସ୍ଥା କରି ସର୍ଚ୍ଚ ଅପରେସନକୁ ବନ୍ଦ କରିଥିଲେ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ଆଜି ପୁଣିଥରେ ୩ ଆତଙ୍କବାଦୀଙ୍କୁ ଗୁଳି କରି ସାରିବା ପରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି ।

Related Articles

Back to top button