ବିଶ୍ବକପ ଫାଇନାଲରେ ଆଇଏଏଫର ସୂର୍ଯ୍ୟକିରଣ ଟିମ କରିବ ଅହମ୍ମଦଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏୟାର ସୋ

କ୍ରିକେଟରେ ଦମ୍ ଦେଖାଉଛି ଭାରତ । ବିଶ୍ବକପ ଫାଇନାଲରେ ବି ଦେଖାଇବ ଦମ୍ । ସେପଟେ ଫାଇନାଲ ଅବକାଶରେ ବି ରଣକୌଶଳ ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା । ଆଇଏଏଫର ସୂର୍ଯ୍ୟକିରଣ ଟିମ କରିବ ଅହମ୍ମଦଦାବାଦ ନରନ୍ଦ୍ର ମୋଦି ଷ୍ଟାଡିୟମରେ ଏୟାର ସୋ । ଏରୋବେଟିକ ଟିମର ୯ଟି ବିମାନ ଆକାଶ ମାର୍ଗରେ ଦେଖାଇବେ ରଣକୌଶଳ । ୧୯ ନଭେମ୍ବର ବିଶ୍ୱକପ ଫାଇନାଲ ମ୍ୟାଚର ୧୦ମିନିଟ ପୂର୍ବରୁ ଏୟାର ଶୋ ହେବ

ଏନେଇ ଗୁଜୁରାଟର ଡିଫେନ୍ସ ପିଆରଓ ଘୋଷଣା କରିଛନ୍ତି ସୂର୍ଯ୍ୟ କିରଣ ଟିମ ମୋଟେରାରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଆରମ୍ଭର ୧୦ମିନିଟ ପୂର୍ବରୁ ଲୋକଙ୍କୁ ସୋ ଜରିଆରେ ରୋମାଞ୍ଚିତ କରିବ । ଭାରତ ବୁଧବାର ଦିନ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ୱାଲର୍ଡ କପ ଫାଇନାଲରେ ପହଞ୍ଚି ସାରିଛି ।

Related Articles

Back to top button