
ଆଜି ଆନ୍ତର୍ଜାତିକ ମହିଳା ଦିବସ
ଆଜି ଆନ୍ତର୍ଜାତିକ ମହିଳା ଦିବସ। ମହିଳାଙ୍କ ସଂଘର୍ଷ, ସ୍ଵାଧୀନତା ଆନ୍ଦୋଳନ, ଅଧିକାର ଏବଂ ସଫଳତା ଉପରେ ଆଲୋକପାତ କରିବାର ଦିନ। ଆଜିର ଏ ଦିନ ବିଶ୍ଵରେ ମହିଳାଙ୍କୁ ସାମାଜିକ, ଆର୍ଥିକ ଏବଂ ରାଜନୈତିକ କ୍ଷେତ୍ରରେ ସମାନ ଭାଗିଦାରୀର ପଥ ପ୍ରଦର୍ଶିତ କରୁଛି।୧୯୭୫ରେ ଅନ୍ତରାଷ୍ଟ୍ରୀୟ ମହିଳା ବର୍ଷ ଅବସରରେ ଜାତିସଂଘ ପ୍ରଥମେ ମହିଳା ଦିବସ ପାଳନ ଆରମ୍ଭ ହୋଇଥିଲା।
୧୯୭୭ ପରଠାରୁ ବିଧିବଦ୍ଧ ଭାବେ ଏହି ଦିବସ ପାଳନ ହୋଇଆସୁଛି। ଜାତିସଂଘରେ ଏହାକୁ ମାନ୍ୟତା ଦେବା ପରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ପ୍ରସଙ୍ଗ ରହିଛି ମହିଳାଙ୍କଠାରେ ବିନିଯୋଗ, ପ୍ରଗତି ଓ ତ୍ଵରାନ୍ବିତ। ଏହା ଲିଙ୍ଗଭେଦ, ମହିଳା ଏବଂ ବାଳିକାଙ୍କ ସଶକ୍ତୀକରଣ ଏବଂ ସୁସ୍ଥ ଜୀବନଯାପନ ଲାଗି ଅଧିକାର ଉପରେ ଗୁରୁତ୍ଵାରୋପ କରାଯାଇଛି। ଏହାର ମୂଳ ଲକ୍ଷ୍ଯ ମହିଳାଙ୍କୁ ଆର୍ଥିକ ଭାବେ ସକ୍ଷମ କରିବା।