ବିଲକୁ ପାଣି ମଡାଇବାକୁ ଯାଇଥିବା ବେଳେ ଯୁବକଙ୍କୁ ଟାଣି ନେଲା କୁମ୍ଭୀର ଟାଣି

ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଦକ୍ଷିଣଭେଡା ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଲକୁ ପାଣି ମଡାଇବାକୁ ଯାଇଥିବା ବେଳେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଥିବା ଜଣାପଡିଛି । ସୂଚନା ଅନୁସାରେ ରାଜନଗର ଥାନା ଅନ୍ତର୍ଗତ ଦକ୍ଷିଣଭେଡା ଗାଁର ନିମାଇଁ ମଳିକ ନାମକ ଜଣେ ବ୍ୟକ୍ତି ଆଜି ସକାଳୁ ବିଲକୁ ପାଣି ମଡାଇବାକୁ ଯାଇଥିଲେ । ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ସହ ଯାଇଥିଲେ । ତେବେ ଯୁବକ ଜଣକ ବ୍ରାହ୍ମଣୀ ନଦୀକୁ ସଂଯୋଗ କରୁଥିବା ନାଳ ରୁ ପାଣି ଆଣି ପାଖରେ ଥିବା ବାରିରେ ପାଣି ଦେଉଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଛି । ସ୍ୱାମୀଙ୍କୁ ବଂଚାଇବାକୁ ସ୍ତ୍ରୀ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ପରେ ନିମାଇଁଙ୍କ ସ୍ତ୍ରୀ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ଜଣାଇଥିଲେ । ଏବଂ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଯୁବକଙ୍କୁ ଖୋଜାଖୋଜି କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର କୈାଣସି ପତା ମିଳିନାହିଁ । ତେବେ ଦୀର୍ଘଦିନ ପରେ କେନ୍ଦ୍ରାପଡାରେ ଏଭଳି ଏକ ଘଟଣା ଏବେ ସବୁଆଡେ ଚାଂଚଲ୍ୟ ସୃଷ୍ଟି କରିଛି ।

Related Articles

Back to top button