ଆଜି ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ନିଯୁକ୍ତି ମେଳା: ୭୧ ହଜାର ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ୭୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ । ନବନିଯୁକ୍ତ ମାନଙ୍କୁ ପ୍ରଧାନମନ୍ତ୍ରୀ ଉଦ୍‍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି । ଦେଶର ୪୫ଟି ସ୍ଥାନରେ ଏହି ନିଯୁକ୍ତିମେଳା ଅନୁଷ୍ଠିତ ହେବ । କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରୀ ବିଭାଗ ଗୁଡ଼ିକରେ ଏହି ନିଯୁକ୍ତି ପ୍ରଦାନ କରାଯିବ ।

ସାରା ଦେଶରୁ ବଛା ଯାଇଥିବା ନବନିଯୁକ୍ତମାନଙ୍କୁ ଗ୍ରାମୀଣ ଡାକ ସେବକ, ବ୍ୟବସାୟିକ ଓ ଟିକେଟ କ୍ଲର୍କ, ଜୁନିୟର କ୍ଲର୍କ କମ୍‍ ଟାଇପିଷ୍ଟ, ଜୁନିୟର ଆକାଉଣ୍ଟ୍‍ସ କ୍ଲର୍କ, ଆସିଷ୍ଟାଣ୍ଟ ସେକସନ୍‍ ଅଫିସର୍‍, ଟାକ୍ସ ଆସିଷ୍ଟାଣ୍ଟ, ଇନ୍‍ସପେକ୍ଟର, ନର୍ସିଂ ଅଫିସର, ପ୍ରିନିସ୍‍ପାଲ ଓ ଆସିଷ୍ଟାଣ୍ଟ ପ୍ରଫେସର ଆଦି ପଦବୀ ଗୁଡ଼ିକରେ ନିଯୁକ୍ତ କରାଯିବ ।

ନିଯୁକ୍ତି ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତା ଲାଗି ପ୍ରତିଶ୍ରୁତିବଦ୍ଧତାକୁ ପାଳନ କରିବା ପାଇଁ ରୋଜଗାର ମେଳା ଆଉ ଏକ ପଦକ୍ଷେପ । ରୋଜଗାର ମେଳା ନିଯୁକ୍ତି ସୃଷ୍ଟି ପାଇଁ ସହାୟକ ହେବା ସଙ୍ଗେସଙ୍ଗେ ଦେଶ ବିକାଶ କ୍ଷେତ୍ରରେ ଯୋଗଦାନ ପାଇଁ ଓ କ୍ଷମତାପନ୍ନ କରିବାକୁ ଯୁବକ ମାନଙ୍କୁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବ ।

Related Articles

Back to top button