ଘରୋଇ କର୍ମଚାରୀଙ୍କ ସଂଖ୍ୟା ୪,୦୦୦ ପର୍ଯ୍ୟନ୍ତ ହ୍ରାସ କରିବାକୁ ଯାଉଛି ତୋଶିବା

ଜାପାନର କମ୍ପାନୀ ତୋଶିବାରେ ବଡ଼ଧରଣର ଛଟେଇ ହେବାକୁ ଯାଉଛି । ତୋଶିବାର ଘୋଷଣା ଅନୁସାରେ କମ୍ପାନୀ ନିଜ ଘରୋଇ କର୍ମଚାରୀଙ୍କ ସଂଖ୍ୟା ୪,୦୦୦ ପର୍ଯ୍ୟନ୍ତ ହ୍ରାସ କରିବାକୁ ଯାଉଛି । ଏହି ନିଷ୍ପତ୍ତି ତୋଶିବାର ନୂଆ ମାଲିକ, ଜାପାନ ଇଣ୍ଡଷ୍ଟ୍ରିଆଲ ପାର୍ଟନର୍ସର ନେତୃତ୍ୱ ଗ୍ରହଣ କରିଥିବା ଏକ କଂସୋର୍ଟିୟମ ଦ୍ୱାରା ନିଆଯାଇଛି ।

ସୂଚନା ଅନୁଯାୟୀ, ଘରୋଇ ଇକ୍ୱିଟୀ ଫର୍ମ ଜାପାନ ଇଣ୍ଡଷ୍ଟ୍ରିଆଲ ପାର୍ଟନର୍ସର ନେତୃତ୍ୱ ନେଇଥିବା କଂସୋର୍ଟିୟମ ଦ୍ୱାରା ୧୩ ବିଲିୟନ ଡଲାରର ଅଧିଗ୍ରହଣ ପରେ ଡିସେମ୍ବରରେ ତୋଶିବାର ଡିଲିଷ୍ଟିଙ୍ଗ ପରେ ଏହି ଡେଭଲପମେଣ୍ଟ ହୋଇଛି । ଏହି ନିଷ୍ପତ୍ତି କମ୍ପାନୀରେ ପ୍ରାୟ ଏକ ଦଶନ୍ଧି ଧରି ଚାଲୁଥିବା ଦୁର୍ନୀତି ଏବଂ କର୍ପୋରେଟ ଅଶାନ୍ତିର ସମାପ୍ତିକୁ ଚିହ୍ନିତ କରେ ।

ନିଜ ଡୋମେଷ୍ଟିକ ୱାର୍କ ଫୋର୍ସର ସଂଖ୍ୟାରେ ହ୍ରାସ କରିବାକୁ ଯାଉଥିବା କମ୍ପାନୀ ତୋଶିବା ନିଜ ମୁଖ୍ୟାଳୟ ବି କେନ୍ଦ୍ରୀୟ ଟୋକିଓରୁ କାୱାସାକୀରେ ସ୍ଥାନାନ୍ତରିତ କରିବାର ଯୋଜନା କରୁଛି । ଯାହାର ଲକ୍ଷ ତିନି ବର୍ଷ ମଧ୍ୟରେ ୧୦ ପ୍ରତିଶତର ଅପରେଟିଂ ବେନିଫିଟ ମାର୍ଜିନ ହାସଲ କରିବା ରହିଛି ।

Related Articles

Back to top button