ଟ୍ରେନକୁ ଅଟକାଇ ମାଛ କିଣିବା ପାଇଁ ଓହ୍ଲାଇ ପଡ଼ିଲେ ଲୋକପାଇଲଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଖାଦ୍ୟର ସ୍ବାଦ ଚାଖିବା ପାଇଁ ବିଭିନ୍ନ ସ୍ଥାନ ବୁଲି ଥାଆନ୍ତି। ଏମିତି ଏକ ମଜାଳିଆ ଭିଡିଓ ନିକଟରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓରେ ଜଣେ ଲୋକପାଇଲଟ ଧାରଣରେ ଟ୍ରେନକୁ ଛିଡ଼ା କରି ମାଛ କିଣିବାକୁ ଓହ୍ଲାଇ ପଡ଼ିଥିଲେ। ଆଉ ମାଛ କିଣି ସାରିବା ପରେ ଦୌଡ଼ିଦୌଡ଼ି ପୁଣି ଟ୍ରେନରେ ଚଢ଼ି ଯାଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ହସନା ଜରୁରୀ ହେ’ ନାମକ ପେଜରୁ ସେୟାର କରାଯାଇଛି। ଯାହାକୁ ଏପର୍ଯ୍ୟନ୍ତ ୨୯.୯ହଜାର ଲୋକ ଦେଖି ସାରିଲେଣି। ଏଥିସହିତ ଭିଡିଓକୁ ଏକଲକ୍ଷରୁ ଅଧିକ ଲାଇକ ବି ମିଳିଛି। ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କେହିକେହି ଭିଡିଓ ଦେଖି ଠୋଠୋ ହୋଇ ହସୁଥିବା ବେଳେ ଆଉ କେତେ ଲୋକ ପାଇଲଟଙ୍କ ଏଭଳି କାମକୁ ପସନ୍ଦ କରି ନାହାନ୍ତି।

ଲୋକପାଇଲଟ ବାଇକ କି କାର ଚଲାଇଲା ଭଳି ଟ୍ରେନକୁ ଏମିତି ମଝି ଫାଟ‌କରେ ରଖି ମାଛ କିଣିବାକୁ ଓହ୍ଲାଇ ପଡ଼ିବା ଆଦୌ ଗ୍ରହଣୀୟ ନୁହେଁ। ଏପରି କରିବା ଦ୍ବାରା କୌଣସି ପରିସ୍ଥିତିରେ କିଛି ବି ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି ବୋଲି କୁହାଯାଉଛି।

Related Articles

Back to top button