ଗୁରୁବାର ପୁନେରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି

ପୁନେରେ ଦୁର୍ଘଟଣାଗ୍ରସ୍ତ ହେଲା ପ୍ରଶିକ୍ଷଣ ବିମାନ । ଆଉ ଏହି ଦୁର୍ଘଟଣାରେ ଟ୍ରେନି ପାଇଲଟ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଗୁରୁବାର ପୁନେରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ପ୍ରଶିକ୍ଷଣ ନେଉଥିବା ଟ୍ରେନି ପାଇଲଟ ଆହତ ହୋଇଥିଲେ । ତୁରନ୍ତ ଆହତ ପାଇଲଟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ପାଇଲଟଙ୍କୁ ବିମାନ ଚଳାଚଳ ପାଇଁ ଟ୍ରେନିଂ ଦିଆଯାଉଥିଲା । ଟ୍ରେନି ପାଇଲଟ ଜଣକ ବିମାନକୁ ଅବତରଣ କରିବା ଅଭ୍ୟାସ କରୁଥିବାବେଳେ ବିମାନଟି ଦୁର୍ଘଟଣାର ସାମ୍ନା କରିଥିଲା । ବିମାନଟି ଅବତରଣ କରୁଥିବା ସମୟରେ ରନୱେରେ ବିମାନଟି ଘୁଷୁଡ଼ି ପଡିଥିଲା । ଯାହାଫଳରେ ପାଇଲଟ ଜଣକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ହେବା ପରେ ବିମାନଟି ସମ୍ପୂର୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି । ଦୁର୍ଘଟଣାର କାରଣ ଜଣା ପଡ଼ିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Articles

Back to top button