ନ୍ୟୁୟର୍କରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

ନ୍ୟୁୟର୍କ: ନ୍ୟୁୟର୍କର ଏକ ମନ୍ଦିର ସମ୍ମୁଖରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଛନ୍ତି ଦୁର୍ବୃତ୍ତ। ଏହି ମାସରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ଏହା ଦ୍ୱିତୀୟ ଆକ୍ରମଣ। ଏହା ପରେ ଏକ ସ୍ଥାନୀୟ ସ୍ବେଚ୍ଛାସେବୀ ଗୋଷ୍ଠୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ଶ୍ରୀ ତୁଳସୀ ମନ୍ଦିରରେ ଥିବା ପ୍ରତିମୂର୍ତ୍ତିକୁ ହାତୁଡ଼ିରେ ନଷ୍ଟ କରି ଏହାର ଚାରିପାଖ ତଥା ରାସ୍ତାରେ ଘୃଣ୍ୟ ଶବ୍ଦ ଲେଖିଥିଲେ ଦୁର୍ବୃତ୍ତ। ଭିଡିଓରୁ ଜଣାପଡ଼ିଛି, ଏହାକୁ ୨୫-୩୦ ବର୍ଷୀୟ ଯୁବକ ଭାଙ୍ଗିଛନ୍ତି। ପୋଲିସ ସୂଚନାନୁସାରେ, ଦୁର୍ବୃତ୍ତମାନେ ଏକ ଧଳା ମର୍ସିଡିଜ ବେଞ୍ଜ ଗାଡ଼ିରେ ଫେରାର ହୋଇଯାଇଥିଲେ।

Related Articles

Back to top button