ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ ଅଗଷ୍ଟ ୧୫ ତାରିଖ ଖୋଲା, ୧୬ ତାରିଖ ବନ୍ଦ ରହିବ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଅଗଷ୍ଟ ୧୫ ତାରିଖ ଅର୍ଥାତ ସୋମବାର ଖୋଲା ରହିବ। ସେହିଭଳି ୧୬ ତାରିଖ ମଙ୍ଗଳବାର ଏହା ବନ୍ଦ ରହିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ତେବେ ସୋମବାର ସ୍ବାଧୀନତା ଦିବସ ପଡୁଥିବାରୁ ସେହିଦିନ ନନ୍ଦନକାନନର ଉଭୟ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ । ମଙ୍ଗଳବାର ଉଭୟ ଉଦ୍ୟାନ ବନ୍ଦ ରହିବ ବୋଲି ଜଣାପଡ଼ିଛି।

Related Articles

Back to top button