
ପୁଣି ଆଉ ଦୁଇ ଚିତା ଶାବକଙ୍କ ମୃତ୍ୟୁ
ନୂଆଦିଲ୍ଲୀ: କୁନୋ ଜାତୀୟ ଉଦ୍ୟାନରେ ପୁଣି ଆଉ ଦୁଇ ଚିତା ଶାବକଙ୍କ ମୃତ୍ୟୁ। ଗୁରୁବାର ମାଈ ଚିତା ଜ୍ବାଲାର ଆଉ ଦୁଇ ଶାବକ ପ୍ରାଣ ହରାଇଛନ୍ତି। ଏହା ସହ ଚିତା ଜ୍ବାଲାର ଚାରି ଶାବକଙ୍କ ମଧ୍ୟରୁ ତିନି ଶାବକଙ୍କ ମୃତ୍ୟୁ ହୋଇଛି। ଏବେବି ଗୋଟିଏ ଶାବକର ସ୍ବାସ୍ଥ୍ୟାବସ୍ଥା ଖରାପ ରହିଛି ଏବଂ ତାଙ୍କୁ ନିରୀକ୍ଷଣରେ ରଖାଯାଇଛି। ଏହାପୂର୍ବରୁ ମଙ୍ଗଳବାର ମାଈ ଚିତା ଜ୍ବାଲାର ଗୋଟିଏ ଶାବକର ମୃତ୍ୟୁ ହୋଇଥିଲା।
ସୂଚନାଥାଉକି, ଗତ ମାସ ଅର୍ଥାତ୍ ମାର୍ଚ୍ଚ ୨୪ ତାରିଖରେ ମାଈ ଚିତା ଜ୍ବାଲା ୪ ଶାବକଙ୍କୁ ଜନ୍ମ ଦେଇଥିଲା। ଶାବକଙ୍କୁ ଏନକ୍ଲୋଜର ଭିତରେ ରଖାଯାଇ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଥିଲା। କିନ୍ତୁ ମଙ୍ଗଳବାର ସକାଳେ ଗୋଟିଏ ଶାବକର ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ଦୁଇ ଶାବକଙ୍କ ମୃତ୍ୟୁ ହୋଇଛି ଯାହାକୁ ନେଇ ଚିନ୍ତା ବଢ଼ିଛି।