ଡିଷ୍ଟାନ୍ସ ଏଜୁକେସନ ଗାଇଡଲାଇନରେ ୟୁଜିସି କଲା ପରିବର୍ତ୍ତନ

ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ବିଦେଶ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମ ପାଇଁ ମାଗଣା ଏବଂ ଡିଷ୍ଟାନ୍ସ ଶିକ୍ଷାର ଗାଇଡଲାଇନରେ ପରିବର୍ତ୍ତନ କରିଛନ୍ତି । ଏହି ସଂଶୋଧନ ଅନଲାଇନ କାର୍ଯ୍ୟକ୍ରମରେ ନାମାନଙ୍କ ପାଇଁ ଅଧିକ ବିଦେଶୀ ଶିକ୍ଷାର୍ଥୀଙ୍କୁ ପ୍ରୋତ୍ସାହିତ କରିବା ଦିଗରେ କାମ କରିବ । ୟୁଜିିସି ୧୮ ଜୁଲାଇରେ ଏନେଇ ଡ୍ରାଫ୍ଟ ପ୍ରସ୍ତୁତ କରିଛି ।

ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦୀଶ କୁମାର କହିଛନ୍ତି ଯେ ୨୦୨୦ ନିୟମ ଅନୂଯାୟୀ, ପାସପୋର୍ଟ ଅନ୍ତରାଷ୍ଟ୍ରୀୟ ଛାତ୍ରଙ୍କ ପାଇଁ ଏକମାତ୍ର ପ୍ରମାଣପତ୍ର ଥିଲା । ସେ ଆହୁରି କହିଥିଲେ ଯେ ବିଦେଶ ମନ୍ତ୍ରାଳୟ ଏହା ଜାଣିବାକୁ ପାଇଥିଲା ଯେ ଅନେକ ଆବେଦନ ଏଥିପାଇଁ ରଦ୍ଧ ହେଉଥିଲା କାରଣ ହୁଏତ ପାସପୋର୍ଟ ଭାଲିଡିଟି ସରିବା ପରେ ଜମା କରାଯାଇଥିଲା ନହେଲେ ପାସପୋର୍ଟ କରିପାରିବା ଯୋଗୁଁ ରଦ୍ଧ ହେଉଥିଲା । ଏଥିପାଇ ବିଦେଶ ମନ୍ତ୍ରାଳୟ ୟୁଜିସି ଠାରୁ ଫଟୋ ସହ କୌଣସି ମଧ୍ୟ ରାଷ୍ଟ୍ରୀୟ ପରିଚୟ ପତ୍ରରେ ଆଡମିଶନ କରାଇବା ଦିଗରେ ବିଚାର କରିବା ଏବଂ ଇ-ବିଦ୍ୟାଭାରତୀ ପରିଯୋଜନା ଅନୂଯାୟୀ ଭାରତୀୟ ବିଶ୍ୱବିଦ୍ୟାଳୟରେ ପ୍ରବେଶ ସୁରକ୍ଷିତ କରିବା ପାଇଁ ପାସପୋର୍ଟ ବାଧ୍ୟତାମୂଳକ ଆବଶ୍ୟକତାରେ ଛାଡ଼ ଦେବାକୁ ଅନୁରୋଧ କରିଥିଲେ ।

ସଂଶୋଧିତ ନିୟମ ଅନୂଯାୟୀ ଏଣିକି ଯେଉଁ ବିଦେଶୀ ଛାତ୍ର ମନ୍ତ୍ରଳାୟ ମାଧ୍ୟମରେ ପ୍ରବେଶ ନେଉଛନ୍ତି । ସେମାନଙ୍କୁ ଆଡମିଶନ ପାଇଁ ନିଜ ଦେଶର କୌଣସି ଫଟୋ ପରିଚୟ ପତ୍ର ସହ ଜମା କରିବାକୁ ହେବ । ବିଦେଶ ମନ୍ତ୍ରାଳୟ କେନ୍ଦ୍ରର ଇ-ବିଦ୍ୟାଭାରତୀ ଯୋଜନା ଅନୂଯାୟୀ ଆଫ୍ରିକୀୟ ଛାତ୍ରଙ୍କୁ ୫ ବର୍ଷା ଛାତ୍ରବୃତ୍ତି ପ୍ରଦାନ କରିଥାନ୍ତି । ଜଗଦୀଶ କୁମାର ଆହୁରି କହିଛନ୍ତି ଯେ ସଂଶୋଧନ କେବଳ ବିଦେଶୀ ମନ୍ତ୍ରାଳୟ ମାଧ୍ୟମରେ ୟୁଜିସି ପ୍ଲାଟଫର୍ମରେ ନାମାଙ୍କନ କରୁଥିବା ଛାତ୍ରଙ୍କ ପାଇଁ ଳାଗୁହେବ ।

Related Articles

Back to top button