ଚଳନ୍ତା କାର୍‌ର ଟାୟାର ପରିବର୍ତ୍ତନ କରି ଗିନିଜ୍‌ ରେକର୍ଡ

ଇଟାଲୀର ଦୁଇ ବ୍ୟକ୍ତି କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଦୁଇ ବ୍ୟକ୍ତି ଚଳନ୍ତା କାରର ଟାୟାର ପରିବର୍ତ୍ତନ କରି ଗିନିଜ ଓ୍ବାଲର୍‌ଡ ରେକର୍ଡ ଭାଙ୍ଗିଛନ୍ତି। ଏହି ଚମତ୍କାର ପ୍ରଦର୍ଶନ ପାଇଁ ଡ୍ରାଇଭର ମାନୁଏଲ ଜୋଲଡାନ ଏବଂ ଟାୟାର ଚେଞ୍ଜର ଜିଆନଲୁକା ଫୋଲକୋ ମାତ୍ର ୧ ମିନିଟ୍‌ ୧୭ ସେକେଣ୍ଡ ସମୟ ନେଇଥିଲେ। କେବଳ ଏକ ନୂଆ ରେକର୍ଡ ନୁହେଁ ବରଂ ପୁରୁଣା ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି।

ଚଳନ୍ତା କାର୍‌ରେ ଟାୟାର ପରିବର୍ତ୍ତନ କରିବା ଏତେ ସହଜ କଥା ନୁହେଁ। ଡ୍ରାଇଭର ମାନୁଏଲ ଜୋଲଡାନ ଏବଂ ଟାୟାର ଚେଞ୍ଜର ଜିଆନଲୁକା ଫୋଲ୍‌କୋ ଚଳନ୍ତା ବିଏମ୍‌ଡବ୍ଲ୍ୟୁ କାର୍‌ର ଚକାକୁ ବୁଲାଇ ଇତିହାସ ସୃଷ୍ଟି କରିଛନ୍ତି।

କାର୍‌ର ଷ୍ଟିଅରିଂ ଡ୍ରାଇଭର ମାନୁଏଲ ଜୋଲଡାନ ଧରିଥିବା ବେଳେ ଜିଆନଲୁକା ଫୋଲ୍‌କୋ କାରର ଟାୟାର ବଦଳାଇବା ଦାୟିତ୍ୱ ନେଇଥିଲେ। ମାନୁଏଲ୍‌ ଗୋଟିଏ ପାର୍ଶ୍ୱରେ ଦୁଇଟି ଚକା ଉପରକୁ କରି କାର୍‌ ଚଳାଇଥିଲେ। ସେ କାର୍‌ର ଗତି ନିୟନ୍ତ୍ରଣ ବଜାୟ ରଖିଲେ। ଏହା ଆଗ ଟାୟାର ଖୋଲିବା, ବଦଳାଇବା ଏବଂ ପୁନଃ ଟାଣିବା ପାଇଁ ସମର୍ଥନ କଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପାର୍କିଂ କାର୍‌ରେ ମଧ୍ୟ ଟାୟାର ବଦଳାଇବାକୁ ବହୁତ ସମୟ ଲାଗିଥାଏ। କିନ୍ତୁ ଚଳନ୍ତା କାର୍‌ରେ ଟାୟାର ଲଗାଇବା ପାଇଁ ଫୋଲ୍‌କୋଙ୍କୁ ମାତ୍ର ୧ ମିନିଟ୍‌ ୧୭ ସେକେଣ୍ଡ୍‌ ସମୟ ଲାଗିଥିଲା। ଏହା ସହ ସେ ପୂର୍ବ ରେକର୍ଡ ମଧ୍ୟ ଭାଙ୍ଗିଥିଲେ। ଯାହାର ସମୟ ୧ ମିନିଟ୍‌ ୩୦ସେକେଣ୍ଡ୍‌ ଥିଲା।

ପୂର୍ବରୁ ଇଟାଲୀର ଲୋ ଶୋ ଦେ ଏପରି ରେକର୍ଡ କରିଥିଲେ। ସେ ଏକ ର଼୍ୟାମ୍ପ୍‌ ଉପରେ ଯାଉଥିବା କାର୍‌ର ଚକା ବଦଳାଇ ରେକର୍ଡ କରିଥିଲେ। ଏବେ ମାନୁଏଲ ଏବଂ ଜିଆନଲୁକା ଏହି ରେକର୍ଡକୁ ଭାଙ୍ଗିଛନ୍ତି।

Related Articles

Back to top button