
ଉତ୍ତରପ୍ରଦେଶ ସରକାରଙ୍କ ରାଖୀ ଉପହାର, ଦୁଇ ଦିନ ଯାଏଁ ମାଗଣାରେ ଯାତ୍ରା କରି ପାରିବେ ମହିଳା
ଲକ୍ଷ୍ନୌ: ରକ୍ଷା ବନ୍ଧନରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପହାର। ଏହି ଅବସରରେ ଦୁଇ ଦିନ ମହିଳାଙ୍କ ପାଇଁ ରାଜ୍ୟରେ ମାଗଣା ଯାତ୍ରାର ଘୋଷଣା କରିଛନ୍ତି। ୟୁପି ପରିବହନ ନିଗମର ବସଗୁଡିକରେ ମାଗଣା ଯାତ୍ରା କରି ପାରିବେ। ମହିଳାଙ୍କୁ ମାଗଣା ବସ୍ ସୁବିଧା ଅଗଷ୍ଟ ୧୦ ତାରିଖ ରାତି ୧୨ଟାରୁ ଅଗଷ୍ଟ ୧୨ ତାରିଖ ରାତି ୧୨ଟା ଯାଏଁ ୟୁପି ରୋଡ୍ଓ୍ଵେଜର ସମସ୍ତ ବସରେ ମହିଳା ମାଗଣା ଯାତ୍ରା କରି ପାରିବେ।
ପ୍ରତି ବର୍ଷ ଯୋଗୀ ଆଦିତ୍ୟନାଥ ରକ୍ଷା ବନ୍ଧନ ଅବସରରେ ମହିଳାଙ୍କୁ ମାଗଣା ବସ୍ ସୁବିଧା ପ୍ରଦାନ କରିଥାନ୍ତି। କିନ୍ତୁ ଏହି ସୁବିଧା ୨୪ ଘଣ୍ଟା ପାଇଁ ରହିଥାଏ। ମାତ୍ର ଚଳିତ ବର୍ଷ ମହିଳା ଏହି ସୁବିଧା ଦୁଇ ଦିନ ପର୍ଯ୍ୟନ୍ତ ଉଠାଇ ପାରିବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘୋଷଣା ପରେ ୟୁପି ପରିବହନ ନିଗମ ଏହି ସଂପର୍କରେ ଶୀଗ୍ର ବିଜ୍ଞପ୍ତି ଜାରି କରି ପାରେ। ଗତ ବର୍ଷ ରକ୍ଷା ବନ୍ଧନରେ ସାଢେ ତିନି ଲକ୍ଷ ମହିଳା ରକ୍ଷା ବନ୍ଧନ ଦିନ ମାଗଣା ବସ ସେବାର ଲାଭ ଉଠାଇଥିଲେ।