ନେପାଳରେ ଭୂମିକମ୍ପ, ରିକ୍ଟର ସ୍କେଲରେ ୫.୩ ତୀବ୍ରତା

କାଠମାଣ୍ଡୁ: ଭାରତର ପଡୋଶୀ ନେପାଳର ନୁୱାକୋଟ ଜିଲ୍ଲାରେ ଶୁକ୍ରବାର ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି । ଆଜି ସକାଳ ୫ଟା ୨୬ରେ ଭୂମିକମ୍ପ ହୋଇଥିବା ଜଣାଯାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ଥିଲା । ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି । କାରଣ ଭୂମିକମ୍ପର ତୀବ୍ରତା ଗୋଟିଏ ପଟେ ଅଧିକ ନଥିବା ବେଳେ ଏହା ସକାଳୁ ଥିବାରୁ ଲୋକେ ଘର ଭିତରେ ଥିଲେ । ଏହା ପୂର୍ବରୁ ନେପାଳରେ ଗତ ୩୧ ତାରିଖ ଦିନ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୫.୫ ଥିଲା । ଏହି ଭୂମିକମ୍ପର ପ୍ରଭାବ ବିହାରର କିଛି ଜିଲ୍ଲା ଉପରେ ପଡ଼ିଥିଲା । ଉତ୍ତର ବିହାରର ଅନେକ ଜିଲ୍ଲାବାସୀ ଭୂମିକମ୍ପର ଅନୁଭୂତି ଜାଣିପାରିଥିଲେ । ନେପାଳକୁ ଲାଗିଥିବା ମଧୁବନୀ, ସମସ୍ତୀପୁର, ଅରରିୟା, କଟିହାର, ସୀତାମଢ଼ୀରେ ସେଦିନ ସକାଳ ୭ଟା ୫୮ ମିନିଟରେ ଭୂମିକମ୍ପ ହୋଇଥିଲା । ନ୍ୟାଶନାଲ ସେଣ୍ଟର ଫର

Related Articles

Back to top button