ପୁଣି ଆରମ୍ଭ ହେଲା ବୈଷ୍ଣୋଦେବୀ ଯାତ୍ରା: ପ୍ରବଳ ବର୍ଷାପାଇଁ ବନ୍ଦ ଥିଲା ଦର୍ଶନ

ଶ୍ରୀନଗର: ଶନିବାର ପ୍ରବଳ ବର୍ଷା କାରଣରୁ ମାତା ବୈଷ୍ଣୋଦେବୀଙ୍କ ମନ୍ଦିରକୁ ଭକ୍ତମାନଙ୍କ ପ୍ରବେଶକୁ ବନ୍ଦ କରାଯାଇଥିଲା। ମନ୍ଦିରକୁ ଯିବା ପାଇଁ ପାହାଡ଼ ଚଢ଼ୁଥିବା ଶ୍ରଦ୍ଧାଳୁମାନଙ୍କୁ ପ୍ରବେଶ ଦ୍ୱାର ପୂର୍ବରୁ ଅଟକାଇ ଦିଆଯାଇଥିଲା। ଏବେ ପୁଣି ଭକ୍ତମାନଙ୍କ ପାଇଁ ଯାତ୍ରା ଆରମ୍ଭ କରାଯାଇଛି। ମାତା  ବୈଷ୍ଣୋଦେବୀ ଶ୍ରାଇନ୍‌ ବୋର୍ଡର  ସିଇଓ ଅଂଶୁଲ ଶର୍ମା କହିଛନ୍ତି ହିମକୋଟି ମାର୍ଗରୁ ବ୍ୟାଟେରି କାର୍‌ ଓ ରୋପୱେରେ ବୈଷ୍ଣୋଦେବୀଙ୍କ ମନ୍ଦିରକୁ ଯାତ୍ରା ଆରମ୍ଭ ହୋଇଛି। ସତର୍କତା ଦୃଷ୍ଟିରୁ ପାଣିପାଗ ଖରାପ ଥିବାରୁ ୨୪ ଘଣ୍ଟା ପାଇଁ ବୈଷ୍ଣୋଦେବୀଙ୍କ ଯାତ୍ରାକୁ ବନ୍ଦ କରାଯାଇଥିଲା। ସେହିପରି ଗୋଟିଏ ରାତି ପାଇଁ  ମନ୍ଦିରରେ ଦର୍ଶନ ମଧ୍ୟ ବନ୍ଦ ରହିଥିଲା।

ପ୍ରବଳ ବର୍ଷାପରେ ତଳକୁ ଆସୁଥିବା ଯାତ୍ରୀମାନଙ୍କୁ ପ୍ରାଥମିକତା ଦିଆଯାଇଥିଲା। ପରେ ଯାତ୍ରୀମାନଙ୍କୁ ଉପରକୁ ଯିବାପାଇଁ ଦିଆଯାଇଥିଲା। ପ୍ରବଳ ବର୍ଷା ପରେ ସେଠାକାର କିଛି ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଭୱନ ମାର୍ଗରେ ପ୍ରଖର ସୁଅରେ ପାଣି ଚାଲୁଥିଲା। ସେଥିପାଇଁ ଶ୍ରଦ୍ଧାଳୁମାନଙ୍କର ଯାତ୍ରା ବିପଦପୂର୍ଣ୍ଣ ହୋଇପଡ଼ିଥିଲା। ଭକ୍ତମାନଙ୍କର ସୁରକ୍ଷା ପାଇଁ ସେଠାରେ ଏବେ ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ଯବାନମାନଙ୍କୁ ମୁତୟନ କରାଯାଇଛି।

ଅନ୍ୟପଟେ ଅଂଶୁଲ ଗର୍ଗ କହିଛନ୍ତି ଅଧିକ ବର୍ଷାଯୋଗୁ କୌଣସି ଯାତ୍ରୀମାନଙ୍କର କିଛି କ୍ଷୟ କ୍ଷତି ହୋଇନାହିଁ। ବର୍ଷାପରେ ମନ୍ଦିରକୁ ଯିବା ରାସ୍ତାରେ ମଧ୍ୟ ପାଣି ଜମି ନାହିଁ।

Related Articles

Back to top button