ରାଜୁଆ ନଦୀରେ ବନ୍ୟା: ଖୋର୍ଦ୍ଧା ଓ ଜଟଣୀ ବ୍ଲକର ୬ ପଞ୍ଚାୟତ ପ୍ରଭାବିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବନ୍ୟାର ପ୍ରକୋପ ଦେଖିବାକୁ ମିଳିଛି। ରାଜୁଆ ନଦୀର ବନ୍ୟା ଫଳରେ ଖୋର୍ଦ୍ଧା ଏବଂ ଜଟଣୀ ବ୍ଲକର ୬ ପଞ୍ଚାୟତ ପ୍ରଭାବିତ ହୋଇଛି।

ଖୋର୍ଦ୍ଧ ବ୍ଲକର ଓରବରସିଂହ, ନରଣଗଡ, ବ୍ରଜମୋହନପୁରର ୧୫ରୁ ଉର୍ଦ୍ଧ୍ୱ ଗ୍ରାମ ପାଣି ଘେରରେ । ସେହିପରି ଓରବରସିଂହ ପଞ୍ଚାୟତର ହିରିମୂଳ, ଡିହଖଳା, ଦୁର୍ଗାପୁର, ଓରବରସିଂହ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ବ୍ରଜମୋହନପୁର ପଞ୍ଚାୟତର ଶରଧାପୁର ଗ୍ରାମରେ ୧୦ଫୁଟ ଉଚ୍ଚର ପାଣି ଦେକିବାକୁ ମିଳିଛି।

ଏତତ୍ ବ୍ୟତୀତ, ତିରିମଲ୍ଲ ନିକଟରେ ରାଜୁଆ ନଦୀର ନଦୀବନ୍ଧ ଭାଙ୍ଗିବାକୁ ନରଣଗଡ ପଞ୍ଚାୟତର କୁରୁମପଡା ଗ୍ରାମରେ ଘର ଭିତରେ ବାର ଫୁଟର ଜଳ ଦେଖିବାକୁ ମିଳିଛି। ନରଣଗଡ ପଞ୍ଚାୟତର ର ବଳପୁର ନିକଟ ନଦୀ ବନ୍ଧ ରାସ୍ତାରେ ୩ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ସେହିପରି ଜଟଣୀ ବ୍ଲକର ତିରିମଲ୍ଲ, ତରାବୋଇ ଆଦି ପଞ୍ଚାୟତରେ ବନ୍ୟା ଜଳ ପ୍ରବାହିତ ହେଉଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରନ୍ଧନ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ପାଣି ଘେରରେ ଥିବା ଗ୍ରାମ ଗୁଡିକ ପାଇଁ ଅଧିକ ଡଙ୍ଗାର ଆବଶ୍ୟକତା ରହିଥିବା କୁହାଯାଉଛି ।

Related Articles

Back to top button