ଭାରତୀୟ ଦୂତାବାସ ବାହାରେ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଉଗ୍ର ପ୍ରଦର୍ଶନ

ଖାଲିସ୍ତାନୀ ଉଗ୍ରବାଦର ପଦକ୍ଷେପ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି । ଜୁନ ୬ ତାରିଖରେ ଅପରେସନ ବ୍ଲୁ ଷ୍ଟାରର ବାର୍ଷିକୀ ପାଳନ କରାଯାଇଥିଲା । ଭାରତ ପାଇଁ ଏହି ଦିନ ଅନେକ ଲୋକଙ୍କ ପାଇଁ ଦୁଃଖର ବିଷୟ ଥିଲା । ଏହି ଘଟଣାମାନ ଦେଶ ଏବଂ ବିଦେଶରେ ଖାଲିସ୍ତାନୀ ଉଗ୍ରବାଦକୁ ନେଇ ପୁଣିଥରେ ଚିନ୍ତା ପ୍ରକଟ କରିଛନ୍ତି । ବର୍ତ୍ତମାନ କାନାଡାରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ହିଂସା ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପ୍ରଦର୍ଶନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ଗରୌବାନ୍ୱିତ କରି ଏକ ଖାଲିସ୍ତାନୀ ସମର୍ଥକଙ୍କ ଭାବନାକୁ ପ୍ରୋତ୍ସାହିତ କରୁଛି ।

କାନାଡାର ଭାନକୋଭରରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ବାହାରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀ ଖୋଲାଖୋଲି ଭାବେ ଉଗ୍ର ପ୍ରଦର୍ଶନ କରିଛନ୍ତି । ଏହାରି ମଧ୍ୟରେ ବିଚ୍ଛିନ୍ନତାବାଦୀମାନେ ପୂର୍ବତନ ପିଏମ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ପ୍ରଶଂସା କରିବା ସହ ତାଙ୍କ ହତ୍ୟାକାରୀ ବେଅନ୍ତ ସିଂହ ଏବଂ ସତବନ୍ତ ସିଂହଙ୍କୁ ସମ୍ମାନ କରିବା ଦେଖିବାକୁ ମିଳୁଛି । ଏହି ପୋଷ୍ଟର ସମସ୍ତଙ୍କ ସମ୍ମୁଖରେ ଲହରାଯାଇଛି । ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ କାନାଡାର ଏହି ଭିଡିଓ ବସ୍ତବରେ ଚିନ୍ତାଜନକ ଅଟେ । ପ୍ରଦର୍ଶନ ସମୟରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ଟେବୁଲ ବାହାର କରିବା, ଖଣ୍ଡା ବୁଲାଇବା ଏବଂ ଭାରତୀୟ ପତାକାକୁ ଜାଳିବା ଏହି ସଂକେତ ଦେଉଛି ଯେ, ଖାଲିସ୍ତାନ ଆତଙ୍କବାଦକୁ ରୋକିବା କେତେ ଜରୁରୀ । କାନାଡାରେ ଏପରି ଘୃଣା ପ୍ରଦର୍ଶନ ପୂର୍ବରୁ କେବେ ଦେଖାଯାଇନଥିଲା । ଏଥିରେ ନିଶ୍ଚିତ ଭାବେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହମତି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଥିବା ଆବଶ୍ୟକ ।

Related Articles

Back to top button