ତ୍ରିରଙ୍ଗା ଧରି ଶୁଭେଚ୍ଛା ଜଣାଇଲେ ଭାରତୀୟ ଖେଳାଳି

ଆଜି ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ପରେ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଭାରତୀୟ ଖେଳାଳିମାନେ ମଧ୍ୟ ସ୍ବାଧୀନତାର ଅମୃତ ମହୋତ୍ସବଙ୍କ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।

ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଫଟୋ ଶେୟାର କରି ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ୭୫ତମ ଗୌରବମୟ ବର୍ଷ। ଜଣେ ଭାରତୀୟ ହୋଇ ଗର୍ବିତ। ସମସ୍ତଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା। ଜୟ ହିନ୍ଦ!

ହାତରେ ତ୍ରିରଙ୍ଗା ଧରି ଫଟୋ ଟୁଇଟ କରିଛନ୍ତି ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଏହି ଅବସରରେ ସେ ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି।

ବର୍ମିଂହାମ କମନୱେଲଥ ଗେମ୍ସରେ ମହିଳା ବକ୍ସିଂରେ ସ୍ବର୍ଣ୍ଣ ପଦକ ଜିତିଥିବା ନିଖତ୍‌ ଜରିନ ମଧ୍ୟ ସୋସିଆଲ ମିଡିଆରେ ତ୍ରିରଙ୍ଗା ଧରି ନିଜର ଫଟୋ ଶେୟାର କରିଛନ୍ତି। ସ୍ବାଧୀନତା ଦିବସରେ ସେ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ଦେଶକୁ ପ୍ରତିନିଧିତ୍ୱ କରିବା ସବୁଠୁ ଗୌରବର ବିଷୟ। ମୁଁ ସମସ୍ତଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଉଛି।]

ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିବା ମହିଳା ଭାରୋତ୍ତୋଳନକାରୀ ମିରାବାଇ ଚାନୁ ମଧ୍ୟ ସ୍ବାଧୀନତାର ୭୫ ବର୍ଷ ପୂରଣ ହେତୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ବର୍ତ୍ତମାନ ଇଂଲଣ୍ଡରେ କ୍ରିକେଟ ଖେଳୁଛନ୍ତି। ସେ ମଧ୍ୟ ସ୍ବାଧୀନତା ଦିବସ ଅବସରରେ ଲେଖିଛନ୍ତି, ଜଣେ ଭାରତୀୟ ହୋଇଥିବାରୁ ଗର୍ବିତ, ଜୟ ହିନ୍ଦ! ।

Related Articles

Back to top button