ଭିଏଲସି ମିଡିଆ ପ୍ଲେୟାର ଭାରତରେ ବ୍ୟାନ୍

ନୂଆଦିଲ୍ଲୀ: ପପୁଲାର ମିଡିଆ ପ୍ଲେୟାର ସଫ୍ଟଓୟାର ଓ ଷ୍ଟ୍ରମିଂ ମିଡିଆ ପ୍ଲାଟଫର୍ମ ଭିଏଲସି ଭାରତରେ କାମ କରିବା ବନ୍ଦ କରିଦେଇଛି । ମିଡିଆନେମ୍ ରିପୋର୍ଟ ଅନୁସାରେ, ଭିଡିଓ ଲାନ୍ ପ୍ରୋଜେକ୍ଟ ଦ୍ୱାରା ନିର୍ମିତ ଏହି ଆପ୍ ପ୍ରାୟ ଦୁଇ ମାସ ହେଲା ଭାରତରେ ବ୍ଲକ୍ ହୋଇଥିଲା । କିନ୍ତୁ ସରକାର ଏନେଇ ଅଧିକ ତଥ୍ୟ ଦେଇନଥିଲେ ।

ଅନେକ ରିପୋର୍ଟରେ କୁହାଯାଇଛି ଯେ, ଏହାକୁ ସରକାର ଆଇଟି ଅଧିନିୟମ ୨୦୦୦ ଆଧାରରେ ବ୍ୟାନ୍ କରାଯାଇଛି । ଭିଏଲସି ଓ୍ୱେବସାଇଟ୍ ଓପନ୍ କଲେ ଆଇଟି ଆକ୍ଟ ଓ ବ୍ୟାନ୍ ସମ୍ବନ୍ଧୀୟ ଲେଖା ଆସୁଛି ।

ଏହାର ଅର୍ଥ ଭାରତରେ କେହି କୌଣସି କାମ ପାଇଁ ଏହି ପ୍ଲାଟଫର୍ମକୁ ବ୍ୟବହାର କରିପାରିବେ ନାହିଁ । ଯେଉଁମାନଙ୍କ ପାଖରେ ପୂର୍ବରୁ ଆପ୍ଲିକେସନ୍ ରହିଛି ତାହା ମଧ୍ୟ ଆଗକୁ ବନ୍ଦ ହୋଇଯାଇପାରେ ।ଏବେ ଏସିଟି ଫାଇବରନେଟ୍, ଭୋଡାଫୋନ-ଆଇଡିଆ ଓ ଅନ୍ୟ ସବୁ ଆଇଏସପିରେ ଭିଏଲସି ବଲ୍କ୍ ରହିଛି ।

ସୂଚନାଯୋଗ୍ୟ, ନିକଟରେ ସରକାର ପବଜୀ, ବିଜିଏମଆଇ ବ୍ଲକ୍ କରିଥିଲେ । ଏହାକୁ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ଷ୍ଟୋରରୁ ହଟାଇ ଦିଆଯାଇଥିଲା । ଟିକଟକ୍ ଓ କ୍ୟାମମାଷ୍ଟର୍ ମଧ୍ୟ ଦେଶରେ ବ୍ଲକ୍ ଅଛି । ଏହି ସବୁ ଆପ୍ ୟୁଜରଙ୍କ ତଥ୍ୟ ଚୀନକୁ ପ୍ରଦାନ କରୁଥିବା ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ ଭିଏଲସି ଚୀନ୍ ନୁହେଁ ବରଂ ପ୍ୟାରିସ୍ ନିର୍ମିତ ଆପ୍ । କିନ୍ତୁ ଏହା ବିରୋଧରେ ମଧ୍ୟ ସରକାରଙ୍କୁ ଅଭିଯୋଗ ମିଳିଥିଲା ।

Related Articles

Back to top button