ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା: ଖୋଲିଲା କାଳ ଡ୍ୟାମ୍ ଗେଟ୍

ଉଦଳା: ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ବୃଦ୍ଧି ପାଇବାରେ ଲାଗିଛି ବିଭିନ୍ନ ନଦୀର ଜଳସ୍ତର । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ଅଧୀନରେ ଥିବା କାଳ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବାରୁ କର୍ତୃପକ୍ଷ ଡ୍ୟାମର ଗୋଟିଏ ଗେଟ୍ ଖୋଲିଛନ୍ତି ।

ଡ୍ୟାମରେ ବିପଦ ସଙ୍କତ ରହିଛି ୭୭ ମିଟର । ଏବେ ଡ୍ୟାମରେ ଜଳସ୍ତର ୭୬ ମିଟର ଛୁଇଁଛି । ଏହାକୁ ନଜରରେ ରଖି ଡ୍ୟାମର ଗୋଟିଏ ଗେଟ୍ ଏକ ମିଟର ପର୍ଯ୍ୟନ୍ତ ଖୋଳାଯାଇଛି । ଯେଉଁଥିରେ ବନ୍ୟା ଜଳ ନିଷ୍କାସନ କରାଯାଉଛି।

ପ୍ରତି ସେକେଣ୍ଡରେ ଡ୍ୟାମରୁ ୯୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ ଲଗାଣ ବର୍ଷା କାରମୁ ସ୍ଥିତି ଦେଖି ଅନ୍ୟ ଗେଟ ଖୋଲାଯିବ ବୋଲି କହିଛନ୍ତି ବିଭାଗୀୟ ଏସଡ଼ିଓ ।  ଡ୍ୟାମରୁ ଜଳ ନିଷ୍କାସନ ଫଳରେ ଆଖପାଖରେ ଥିବା ନଦୀ ଫୁଲିବା ଆଶଙ୍କା ରହିଛି ।

Related Articles

Back to top button