ଶ୍ରୀନଗରରେ ଭାଙ୍ଗିଲା ୨୫ ବର୍ଷର ରେକର୍ଡ

କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀରରୁ ଆର୍ଟିକିଲ ୩୭୦ ହଟାଯିବା ପରେ ସେଠାରେ ହେଉଥିବା ପ୍ରଥମ ନିର୍ବାଚନରେ ଲୋକମାନଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳୁଛି । କେନ୍ଦ୍ରରେ ମୋଦୀ ସରକାର ୨୦୧୯ରେ ଜାମ୍ମୁ-କାଶ୍ମୀରରୁ ଆର୍ଟିକିଲ ୩୭୦ ଉଠାଇଦେଇଛନ୍ତି । ଏଥିସହ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ଭାଗ କରାଯାଇଥିଲା । ଏହାସହ ରାଜ୍ୟର ବିଧାନସଭାକୁ ମଧ୍ୟ ସ୍ଥଗିତ କରାଯାଇଥିଲା । କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ଏହି ସମସ୍ତ ପରିବର୍ତ୍ତନ ପରେ ଏଠାରେ ପ୍ରଥମଥର ନିର୍ବାଚନ ହେଉଛି ।

ତିନି ଦଶନ୍ଧିରୁ ଅଧିକ ସମୟ ଆତଙ୍କବାଦରେ ପ୍ରଭାବିତ ହୋଇଥିବା ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ୨୦୨୪ରେ ପ୍ରଥମଥର ଜବରଦସ୍ତ ଭୋଟିଂ ହେଉଛି । ରିପୋର୍ଟ ମୁତାବକ ସୋମବାର ଦ୍ୱିପ୍ରହର ୩ଟାରେ ଘାଟିର ଶ୍ରୀନଗର ଅଞ୍ଚଳରେ ୨୯.୯୩ ପ୍ରତିଶତ ଭୋଟିଂ ହୋଇସାରିଥିଲା । ରାଜ୍ୟରେ ଭୋଟିଂ ସଂଧ୍ୟା ୫ଟା ପର୍ଯ୍ୟନ୍ତ ହୋଇଛି । ଏଥିରେ ଆଶା କରାଯାଉଛି ଯେ, ଭୋଟିଂର ପ୍ରତିଶତ ଅଧିକ ବଢିଯାଇଛି ।

ଏହା ପୂର୍ବରୁ ଶ୍ରୀନଗର ସିଟରେ ୨୪ ପ୍ରାର୍ଥୀ ଅଛନ୍ତି । ଏହି ଲୋକସଭା କ୍ଷେତ୍ରରେ ସମୁଦାୟ ୧୭.୪୮ ଲକ୍ଷ ମତଦାତା ଅଛନ୍ତି । ଲଦାଖର ଭିନ୍ନ ହୋଇଯିବା ପରେ ମଧ୍ୟ ଜାମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ଲୋକସଭାର ପାଞ୍ଚଟି ସିଟ୍ ରହିଛି । ଏହି ପାଞ୍ଚଟି ସିଟ୍ ହେଉଛି- ବାରାମୁଲା, ଶ୍ରୀନଗର, ଅନନ୍ତନାଗ-ରାଜୋରୀ, ଉଧମପୁର ଏବଂ ଜାମ୍ମୁ । ୭ ମେ’ରେ ଅନନ୍ତନାଗ-ରାଜୋରୀରେ ନିର୍ବାଚନ ଥିଲା ହେଲେ ତାକୁ ସ୍ଥଗିତ କରାଯାଇଛି । ସେଠାରେ ୨୫ ମେ’ରେ ନିର୍ବାଚନ ହେବ ।

Related Articles

Back to top button