ମୁମ୍ବାଇରେ ପ୍ରବଳ ଧୂଳି ଝଡ : ୩ ମୃତ,ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ସବୁ ବିମାନ ରଦ୍ଦ

ମୁମ୍ବାଇରେ ପ୍ରବଳ ଧୂଳି ଝଡ ଯୋଗୁଁ ଏକ ହୋର୍ଡିଂ ଭାଙ୍ଗି ପଡିବାରୁ ୩ ଜଣଙ୍କ ମୃତ୍ୟୁ ହେବା ସହ ୫୯ ଜଣ ଆହତ ହୋଇଛନ୍ତି । ଅଚାନକ ପାଣିପାଗ ବଦଳିବା ଯୋଗୁଁ ୧୫ ବିମାନକୁ ଅବତରଣ କରାନଯାଇ ଏହାକୁ ବୁଲାଇ ନିଆଯାଇଥିଛି ।ମୁମ୍ବାଇର ଅନେକ ସ୍ଥାନରେ ଆଜି ଅପରାହ୍ନରେ ଅଚାନକ ପାଗ ବଦଳିଯାଇଥିଲା । ପ୍ରବଳ ଜୋରରେ ଝଡ ତୋଫାନ ହୋଇଥିଲା । ଅନେକ ସ୍ଥାନରେ ଏହାର ପ୍ରଭାବ ପଡିଥିଲା । ଘାଟକୋପରରେ ପ୍ରବଳ ପବନ ଯୋଗୁଁ ଏକ ହୋର୍ଡିଂ ଖସିପଡିଥିଲା । ହୋର୍ଡିଂ ତଳେ ଫସିଯିବା ଯୋଗୁଁ ୩୫ ଜଣ ଆହତ ହୋଇଥିଲେ । ପରେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୯ ଛୁଇଁଛି । ସମସ୍ତଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଉଛି । ଘାଟକୋପରରେ ଏନଡିଆରଏଫର ଏକ ଟିମ୍ ନିଯୁକ୍ତ ହୋଇଛି । ଏଥିରେ ୬୭ କର୍ମୀ ସୁରକ୍ଷା କାର୍ଯ୍ୟରେ ଲାଗିପଡିଛନ୍ତି । ତୀବ୍ର ବେଗରେ ପବନ ବିହବା ଯୋଗୁଁ ଅନେକ ବିମାନ ରଦ୍ଦ ହୋଇଛି । ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ସବୁ ବିମାନ ରଦ୍ଦ କରାଯାଇଥିଲା । ଧିରେ ଧିରେ ପରିସ୍ଥିତି ସୁଧୁରିବା ଯୋଗୁଁ ପୁଣି ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଯୋଜନା କରାଯାଉଛି ।

Related Articles

Back to top button