ଦୁର୍ଗା ପୂଜା ପାଇଁ ମମତା ବଢ଼ାଇଲେ ଗ୍ରାଣ୍ଟ୍, ପ୍ରତି ମଣ୍ଡପକୁ ମିଳିବ ୬୦ ହଜାର ଟଙ୍କା

କୋଲକତା: ପଶ୍ଚିମବଙ୍ଗରେ ହିନ୍ଦୁଙ୍କ ଭୋଟ ହାତେଇବା ପାଇଁ ଏଥର ମମତା ବାନାର୍ଜୀ ନୂଆ ରଣନୀତି କରିଛନ୍ତି । ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ପ୍ରତି ମଣ୍ଡପକୁ ୬୦ ହଜାର ଟଙ୍କା ଗ୍ରାଣ୍ଟ ଦେବାକୁ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୁର୍ଗା ପୂଜା ଆୟୋଜକଙ୍କ ପାଇଁ ସେ ଏହି ଘୋଷଣା କରିଛନ୍ତି । ପୂର୍ବରୁ ଦିଆଯାଇଥିବା ୫୦ ହଜାର ଟଙ୍କା ବଦଳରେ ଏହି ବର୍ଷ ୬୦ ହଜାର ଟଙ୍କା ଦିଆଯିବ।

ଦୁର୍ଗା ପୂଜା ସଂପର୍କରେ ପଶ୍ଚିମବଙ୍ଗରେ ପ୍ରସ୍ତୁତି ଜୋରଦାର ହୋଇଛି। କରୋନା କାରଣରୁ ପ୍ରାୟ ଦୁଇ ବର୍ଷ ବନ୍ଦ  ପରେ ଏଥର ଦୁର୍ଗା ପୂଜା ଆୟୋଜନ କରାଯାଉଛି।

ଦୁର୍ଗାପୂଜା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏଭଳି ଘୋଷଣାକୁ ଦୁର୍ଗାପୂଜା କମିଟି ପକ୍ଷରୁ ସ୍ବାଗତ କରାଯାଇଛି ।

Related Articles

Back to top button