କୋରାପୁଟ ମସ୍ତିପୁଟ ଗ୍ରାମରେ ବ୍ୟାପୁଛି ଝାଡ଼ାବାନ୍ତି: ପୁଣି ୪ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି

କୋରାପୁଟ: କୋରାପୁଟ ମସ୍ତିପୁଟ ଗ୍ରାମରେ ବ୍ୟାପୁଛି ଝାଡ଼ାବାନ୍ତି। ପୁର୍ବରୁ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୪ଜଣ ଗୁରୁତର ଥିବାରୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ସେହିପରି ଗାଁରେ ସ୍ୱାସ୍ଥ୍ୟ ବିଭାଗ ଟିମ ସହ ବ୍ଳକ୍ ପ୍ରଶାସନ ପହଞ୍ଚିଛନ୍ତି। ଘରକୁ ଘର ବୁଲି ଆଶା ଦିଦି ଓ ଅଙ୍ଗନବାଡି କର୍ମୀ କରୁଛନ୍ତି ସର୍ଭେ। ଘରେ ବ୍ୟବହୃତ ପାନୀୟ ଜଳ ବିଶୋଧନ କରିବା ସହ ଲକ୍ଷଣ ଥିଲେ ଔଷଧ ଦେଉଛନ୍ତି। ଏପିରିକି ଗାଁରେ ସଫେଇ କାର୍ଯ୍ୟ ଜାରି ରଖିଛି ବ୍ଳକ୍ ପ୍ରଶାସନ ନିଜେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ରହି ସଫେଇ କାର୍ଯ୍ୟ ତଦାରଖ କରୁଛନ୍ତି। ତେବେ ଗାଁର ପାନୀୟ ଜଳ ଟେଷ୍ଟିଂ ପାଇଁ ପଠାଯାଇଥିବା ବେଳେ ଜଙ୍ଗଲଜାତ ଖାଦ୍ୟ ଗ୍ରହଣ କରିବାକୁ ବାରଣ କରିବା ସହ ସଚେତନ କରାଯାଉଛି। ଗାଁରେ  ଅଙ୍ଗନବାଡ଼ି କେନ୍ଦ୍ରରେ ଅସ୍ଥାୟୀ ହେଲ୍ଥ କ୍ୟାମ୍ପ ଖୋଲି ୨୪ ଘଣ୍ଟିଆ ଆଲର୍ଟ ରଖାଯାଇଛି। ସମସ୍ତ ଆକ୍ରାନ୍ତ ସ୍ଵାସ୍ଥ୍ୟବସ୍ଥା ଠିକ୍ ଥିବା କହିଛନ୍ତି ମେଡିକାଲ ଅଫିସର। ପ୍ରତିଦିନ ଗାଁରେ  ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଗକୁ ସ୍ଥିତି ଗମ୍ଭୀର ହେବା ନେଇ ଆଶଙ୍କା କରାଯାଉଛି ‌।

Related Articles

Back to top button