ରାମମନ୍ଦିର ଭିତରେ ଯିଏ ପ୍ରବେଶ କରିବ ସେ ବାହାରିଲା ବେଳକୁ ମୁସଲମାନ ହେଇ ସାରିଥିବ !

ମୋଦି ଅଯୋଧ୍ୟାରେ ରାମମନ୍ଦିର ତ ତିଆରି କରିଦେଲେ କିନ୍ତୁ ଏବେ ଯିଏ ବି ତା ଭିତରେ ପ୍ରବେଶ କରିବ ବାହାରିଲା ବେଳକୁ ମୁସଲମାନ ହେଇ ସାରିଥିବ । ଏମିତି କହି ଚର୍ଚ୍ଚାରେ ଅଛନ୍ତି ପାକିସ୍ଥାନର ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦ ।

ମିଆଁଦାଦ ଭାରତ ବିରୋଧୀ ବୋଲି ବେଶ୍ ଜଣାଶୁଣା । ସମୟ ସମୟରେ ସେ ଭାରତ ଏବଂ ହିନ୍ଦୁମାନଙ୍କ ବିରୁଦ୍ଧରେ ଇଆଡୁ ସିଆଡୁ ବିବୃତ୍ତି ଦେଇ ଚର୍ଚ୍ଚାରେ ରହିଥାନ୍ତି । ପାକିସ୍ତାନୀ ଦଳ ବିଶ୍ୱକପରୁ ବାହାର ହେଇଯିବା ପରେ ସୋସିଆଲ ମିଡିଆରେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ମିଆଁଦାଦ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ସମ୍ପର୍କରେ ଏକ ବିବାଦୀୟ ବିବୃତ୍ତି ଦେଇ କହିଛନ୍ତି ଯେ ଯିଏ ଅଯୋଧ୍ୟାର ରାମମନ୍ଦିର ଭିତରକୁ ପ୍ରବେଶ କରିବ ସିଏ ମୁସଲମାନ ହେଇ ବାହାରିବ

ମିଆଁଦାଦ ହେଉଛି ଭାରତର ସବୁଠାରୁ ମୋଷ୍ଟ ୱାଣ୍ଟେଡ ଅଣ୍ଡରୱାର୍ଲ୍ଡ ଡନ୍ ଡାଉଡ୍ ଇବ୍ରାହିମର ଘନିଷ୍ଠ ବନ୍ଧୁ ଓ ସମୁଧି । ଦାଉଦ ଇବ୍ରାହିମଙ୍କ ବଡ ଝିଅ ମହରୁଖ ଇବ୍ରାହିମ ୨୦୦୬ ରେ ମିଆଁଦାଦର ପୁଅ ଜୁନାୟଦ ଜୁନୈଦକୁ ବିବାହ କରିଛି ।

Related Articles

Back to top button