ପଞ୍ଚୁପଲ୍ଲି ନିକଟରେ ବାଘ ବୁଲୁଥିବା ଭିଡିଓ ଭାଇରାଲ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପଞ୍ଚୁପଲ୍ଲୀରେ ବାଘ । ପଞ୍ଚୁପଲ୍ଲି ନିକଟରେ ବାଘ ବୁଲୁଥିବା ଭିଡିଓ ଭାଇରାଲ। ଗାଁ ନିକଟ ବୈତରଣୀ ନଦୀ କୂଳରେ ଥିବା ଚାଷ ଜମିରେ ବାଘ ଯାଉଥିବା ଏକ ଭିଡିଓ ଭାଇରାଲ୍ ହେବା ପରେ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ।

ତଦନ୍ତ ପରେ ବାଘଟି କଲରାପତରିଆ ହୋଇଥିବା ବନ ବିଭାଗ ସ୍ପଷ୍ଟ କରିଛି । ହଦଗଡ଼ ଅଭୟାରଣ୍ୟରୁ ବାଘଟି ଆସି ପୁନର୍ବାର ଫେରି ଯାଇଥିବା ଅନୁମାନ କରାଯାଉଛି । ତେବେ ଘଟଣା କୁ ନେଇ କେହି ଭୟଭୀତ ନହେବାକୁ ଡିଏଫଓ ଅନୁରୋଧ କରିଛନ୍ତି । ଅତି ଜରୁରୀ ଥିଲେ ଏକୁଟିଆ ବାହାରକୁ ନବାହାରିବା ସହିତ ରାତିରେ ଲାଇଟ ଧରି ବାହାରିବାକୁ କହିଛନ୍ତି ।

Related Articles

Back to top button