ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ତୁଳସୀ ଚା’

ଅଧିକାଂଶ ଲୋକେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ପାଇଁ ଚିନ୍ତିତ। ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ଔଷଧ ସେବନର ମଧ୍ୟ ଆବଶ୍ୟକତା ରହିଛି। ଏହାସହ ଖାଦ୍ୟ ପେୟ ପ୍ରତି ବିଶେଷ ଧ୍ୟାନ ରଖିବା ସହ କିଛି ଘରୋଇ ଉପାୟ ମଧ୍ୟ ଆପଣାଇବା ଦ୍ୱାରା ଏହି ସମସ୍ୟା ଦୂର ହେବାରେ ସହାୟକ ହୋଇଥାଏ। ଅତ୍ୟଧିକ ଲୁଣର ସେବନ ଓ ଛଣାଛଣି ଖାଦ୍ୟ ଖାଇବା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ କ୍ଷତିକାରକ। ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ତୁଳସୀ ଖୁବ ଉପକାରୀ।

ତୁଳସୀ ଚା’ କିପରି ପ୍ରସ୍ତୁତ କରିବେ ଓ ଏହା ରକ୍ତଚାପ ରୋଗୀଙ୍କ ପାଇଁ କେତେ ଉପକାରୀ

ତୁଳସୀର ଧାର୍ମିକ ମହତ୍ୱ ସହ ଔଷଧୀୟ ଗୁଣ ମଧ୍ୟ ରହିଛି। ଆୟୁର୍ବେଦ ଅନୁଯାୟୀ ଅନେକ ଦୂର ପାଇଁ ତୁଳସୀର ବ୍ୟବହାର ହୋଇଥାଏ। ଅନୁସନ୍ଧାନ ଅନୁଯାୟୀ, ତୁଳସୀ ଚା’ର ସେବନ ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ।
ତୁଳସୀରେ ଥିବା ପୋଷକ ତତ୍ୱ ଥଣ୍ଡାକାଶ ଭଳି ସମସ୍ୟାକୁ ଦୂର କରିଥାଏ।
ଏହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
ଏହା ଶରୀରରେ ଷ୍ଟ୍ରେସ୍ ହରମୋନ୍ ସ୍ତରକୁ ନିୟନ୍ତ୍ରଣ କରିଥାଏ।
ତୁଳସୀ ଚା’ ପିଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ମଧ୍ୟ ନିୟନ୍ତ୍ରଣ ହୋଇଥାଏ। ଫଳରେ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ହୋଇଥାଏ।
ଏଥିରେ ଥିବା ପୋଷକ ତତ୍ୱ ଶିରାପ୍ରଶିରାରେ ସଠିକ ଭାବେ ରକ୍ତ ସଂଚାଳନ କରିବାରେ ସହାୟକ ହୋଇଥାଏ। ଏହାସହ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ। ଏହାର ସେବନ ଦ୍ୱାରା ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଏଭଳି ପ୍ରସ୍ତୁତ କରନ୍ତୁ ତୁଳସୀ ଚା’

ପ୍ରଥମେ ଏକ କପ ପାଣିରେ ୩ ରୁ ୪ ଟି ତୁଳସୀ ପତ୍ର ପକାଇ କିଛି ସମୟ ଫୁଟାଇ ଦିଅନ୍ତୁ।
କିଛି ସମୟ ପରେ ଏହାକୁ ଏକ ଗ୍ଲାସକୁ କାଢି ସ୍ୱାଦ ପାଇଁ ଅଳ୍ପ ମହୁ ମିଶାଇ ପିଅନ୍ତୁ।
ଏକ ଚାମଚ ଲେମ୍ବୁ ରସ ମଧ୍ୟ ଏଥିରେ ମିଶାଇ ପାରିବେ। ଏହାସହ ଚା’ ପ୍ରସ୍ତୁତ କରିବା ସମୟରେ ଅଳ୍ପ ଅଦା ଓ ଗୁଜୁରାତି ଗୁଣ୍ଡ ମଧ୍ୟ ମିଶାଇ ପାରିବେ।

Related Articles

Back to top button