ଆଜିଠାରୁ ପ୍ରତି ପରିବାରକୁ ମିଳିବ ୧୦୦୦ ଟଙ୍କା।

ଆଜିଠାରୁ ପ୍ରତି ପରିବାରକୁ ମିଳିବ ୧୦୦୦ ଟଙ୍କା। ରାଜ୍ୟର ବିକାଶ ପାଇଁ ଚିନ୍ତା କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏ ହେଉଛି ଆଉ ଏକ ପ୍ରୟାସ ।ରାଜ୍ୟର ୯୫ ଲକ୍ଷ ୯୦ ହଜାର ପରିବାରକୁ ଏକ ହଜାର ଟଙ୍କା ଲେଖାଏଁ ମିଳିବ । ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଦରଦାମ ବୃଦ୍ଧି ଯୋଗୁଁ ଅତ୍ୟାବଶକ ସାମଗ୍ରୀ କିଣିବାରେ ଏହି ଅର୍ଥ ସହାୟକ ହେବ । ଏହି ସବୁ ପରିବାରକୁ ୨ଟି ଝୋଟ ତିଆରି ବ୍ୟାଗ ମଧ୍ୟ ପ୍ରଦାନ କରାଯିବ । ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ବଡ଼ ପଦକ୍ଷେପ ନେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ଘୋଷଣା ଗରିବ ଲୋକଙ୍କୁ ଅନେକ ସାହାଯ୍ୟ କରିବ ।

ନିର୍ବାଚନ ପୂର୍ବରୁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା । ତେବେ ଏହି ଯୋଜନାରେ ୯୬ ଲକ୍ଷ ପରିବାରକୁ ଏକ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ବାବଦକୁ ୯୫୯ କୋଟି ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ମୁଖ୍ୟମନ୍ତ୍ରୀ । ସେହିପରି ୨ଟି ଲେଖାଏଁ ଝୋଟ ବ୍ୟାଗ ବାବଦକୁ ଖର୍ଚ୍ଚ ହେବ ୨୭୮ କୋଟି ୬୯ ଲକ୍ଷ ଟଙ୍କା ।

Related Articles

Back to top button