କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତା 22 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି

ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ରାଜନୈତିକ ଦଳ ଲୋକଙ୍କୁ ଆକର୍ଷିତ କରିବାରେ ଲାଗିପଡ଼ିଲେଣି  ।ଏହି ସମୟରେ ବିଜେପି ମୋଦୀ ସରକାରର ତୃତୀୟ ପାଳି ପାଇଁ କସରତ ଆରମ୍ଭ କରିଦେଇଛି । ଦଳର ହେଭିୱେଟ୍ ନେତା ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି । ଏହି କ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତା 22 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ସମୟରେ ରାଜନାଥ ତିନୋଟି ଜିଲ୍ଲା ନବରଙ୍ଗପୁର, ଗଂଜାମ ଓ ମୟୂରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ନବରଙ୍ଗପୁର ଓ ମୟୂରଭଂଜରେ କୋର କମିଟି ବୈଠକରେ ଯୋଗ ଦେବେ । ଗଂଜାମରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ 2024 ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ ।

ସେ ପୂର୍ବାହ୍ନ 10 ଟାରେ ନୂଆଦିଲ୍ଲୀରୁ ଜଗଦଲପୁର ବିମାନ ଯୋଗେ ଆସି ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ନବରଙ୍ଗପୁର ଆସିବେ । ସେ ଏଠାରେ 4 ଟି ଲୋକସଭାର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଯୋଗଦେବେ । ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲାର ବିଜେପି କାର୍ଯ୍ୟକର୍ତ୍ତାମାନେ ଯୋଗଦେବେ । ଏଥିପାଇଁ ଦଳ ପକ୍ଷରୁ ସର୍କିଟ ହାଉସ ପଡିଆରେ କାର୍ଯ୍ୟକ୍ରମ ପାଇଁ ଯୋଜନା କରାଯାଇଛି । ଏଠାରୁ ସେ କାର୍ଯ୍ୟକ୍ରମ ସାରି ବ୍ରହ୍ମପୁର ଓ ପରେ ମୟୁରଭଞ୍ଜ ଯିବାର କାର୍ଯ୍ୟକ୍ରମ ରହିଛି ।

Related Articles

Back to top button