ସ୍ବାଧୀନତା ଦିବସରେ ୧୧ ମହିଳା ମାଓବାଦୀଙ୍କୁ ସ୍କୁଲରେ ନିଯୁକ୍ତି ପତ୍ର ପ୍ରଦାନ

ମାଲକାନଗିରି: ମାଲକାନଗିରି ଜିଲା ଡିଏନ୍‌କେ ଖେଳ ପଡିଆ ପରିସରରେ ଜିଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପତାକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଦେଶକୁ ସ୍ବାଧୀନ କରିବାରେ ମୁଖ୍ୟ ପୁରୋଧା ସାଜିଥିବା ବୀର ପୁରୁଷମାନଙ୍କ ସମ୍ବନ୍ଧରେ ସେ ଅଭିଭାଷଣ ରଖିଥିଲେ। ଏହି ଅବସରରେ ଜିଲାରେ ନିଷ୍ଠାର ସହ କାର୍ଯ୍ୟ କରିଥିବା କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ବ୍ୟତୀତ ଆତ୍ମସମର୍ପଣ କରିଥିବା ୧୧ ମହିଳା ମାଓବାଦୀଙ୍କୁ ହଷ୍ଟେଲ ସ୍କୁଲରେ ରୋଷେୟା ଭାବେ କାର୍ଯ୍ୟ କରିବା ପାଇଁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା ।

Related Articles

Back to top button