
୧୨୦୦ ବୋତଲ କଫ ସିରପ୍ ଜବତ
୧୨୦୦ ବୋତଲ କଫ ସିରପ୍ ବଲାଙ୍ଗିରର ସୁଧପଡ଼ା ନିକଟରୁ ଜବତ କରାଯିବା ଘଟଣା ସାମ୍ନାକୁ ଆସିଛି । ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ବୋଲେରୋକୁ ଧରିଲା ପୋଲିସ । ବୋଲେରୋକୁ ଏସ୍କର୍ଟ କରି ନେଉଥିବା ବାଇକକୁ ମଧ୍ୟ ଜବତ କରାଯାଇଛି । ଏଥିରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏହି କଫ ସିରପ୍ କଟକରୁ ବଲାଙ୍ଗିର ଚାଲାଣ ହେଉଥିଲା । ଏହି ସମୟରେ ବଲାଙ୍ଗିର ଟାଉନ୍ ଥାନା ପୋଲିସ ଏହାକୁ ଜବତ କରିଛି ।