OAS ପାହ୍ୟାକୁ ପଦୋନ୍ନତି ହେଲେ ୧୪୩ ORS

ଭୁବନେଶ୍ବର: ଓଡ଼ିଶା ରାଜସ୍ବ ସେବା (Odisha Revenue Service)ର ୧୪୩  ଜଣ ଅଫିସରଙ୍କୁ ପଦୋନ୍ନତି । ଏହି ଅଫିସରଙ୍କୁ ରାଜ୍ୟ ସରକାର OAS ପାହ୍ୟାକୁ ଉନ୍ନୀତ କରିଛନ୍ତି । ପଦୋନ୍ନତି ପାଇଥିବା ଅଫିସରମାନେ ଏବେ ଯେଉଁଠି କାର୍ଯ୍ୟ କରୁଛନ୍ତି ସେଠାରେ କାର୍ଯ୍ୟ ଜାରି ରଖିବେ । ଏନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ରାଜସ୍ବ ସେବା ବା ‘ଗ୍ରୁପ-ବି’ ଅଫିସର ଭାବେ କାର୍ଯ୍ୟ କରୁଥିବା ୧୪୩ ଜଣ ଅଫିସରଙ୍କୁ ଓଏଏସ ଗ୍ରୁପ-ଏ ପାହ୍ୟାକୁ ଉନ୍ନୀତ କରାଯାଇଛି । ଏହି ସମସ୍ତ ଓଆରଏସ୍ ଅଫିସରଙ୍କ ନିଯୁକ୍ତି ବର୍ଷ ଓଏଏସ ପାହ୍ୟାରେ ୨୦୨୨ ଭାବେ ବିବେଚନା କରାଯିବ । ଏହି ଅଫିସରମାନଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଜ ନିଜ ସ୍ଥାନରେ କାର୍ଯ୍ୟ କରିବାକୁ କୁହାଯାଇଛି ।

Related Articles

Back to top button