ବିଗ୍ ବସ୍ ୧୬ରେ ଏଣ୍ଟ୍ରି କଲେ କଂଗ୍ରେସ ନେତ୍ରୀ ତଥା ଅଭିନେତ୍ରୀ ଅର୍ଚ୍ଚନା ଗୌତମ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ ବିଗ୍ ବସ୍ ୧୬ ଆରମ୍ଭ ହୋଇଯାଇଛି। ପ୍ରତିଯୋଗୀମାନେ ବିଗ୍ ବସ୍ ହାଉସରେ ଏଣ୍ଟ୍ରି କରିସାରିଛନ୍ତି। ଏହି ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କଂଗ୍ରେସ ନେତ୍ରୀ ତଥା ଅଭିନେତ୍ରୀ ଅର୍ଚ୍ଚନା ଗୌତମ। ଅର୍ଚ୍ଚନା ଏହି ଶୋ’ରେ ପ୍ରବେଶ କରିବା ପରେ ସୋସିଆଲ ମିଡିଆରେ ତାଙ୍କର ଲୋକପ୍ରିୟତା ବଢିଯାଇଛି।

ଉତ୍ତରପ୍ରଦେଶ ନିର୍ବାଚନରେ ​​ଅଭିନେତ୍ରୀ ଅର୍ଚ୍ଚନା କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ସେ ନିର୍ବାଚନରେ ପରାସ୍ତ ହୋଇଥିଲେ। ଅର୍ଚ୍ଚନା ଗୌତମ ଅଭିନୟ ସହିତ ରାଜନୀତିକୁ ଭଲ ଭାବରେ ବୁଝିଛନ୍ତି। ସୋସିଆଲ ମିଡିଆରେ ଅର୍ଚ୍ଚନା ଗୌତମ ବହୁତ ସକ୍ରିୟ ରହନ୍ତି। ଅଭିନେତ୍ରୀ ବାସ୍ତବ ଜୀବନରେ ଦେଖିବାକୁ ବୋଲ୍ଡ। ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କର ଏହି ବୋଲ୍ଡ ଅନ୍ଦାଜ ଦେଖି ୟୁଜର୍ସ ତାଙ୍କୁ ବହୁତ ପସନ୍ଦ କରିଛନ୍ତି।

ଅର୍ଚ୍ଚନାଙ୍କ ଇନଷ୍ଟାଗ୍ରାମରେ ତାଙ୍କର ଅନେକ ବୋଲ୍ଡ ଫଟୋ ସେୟାର କରିଛନ୍ତି। ଅଭିନେତ୍ରୀ ତାଙ୍କ ଫିଟ୍ ଫିଗରକୁ ଦେଖାଇବାକୁ କୌଣସି ସୁଯୋଗ ଛାଡିନାହାଁନ୍ତି। ଅର୍ଚ୍ଚନା ଗୌତମ ବିଗ୍ ବସ୍ ଘରେ କେତେ ଦିନ ରହିପାରିବେ ଏବଂ ସେ କେଉଁ ଅନ୍ଦାଜରେ ନିଜକୁ ପ୍ରଦର୍ଶନ କରିବେ ତାହା ଉପରେ ଦର୍ଶକଙ୍କ ନଜର।

Related Articles

Back to top button