
ନବରଙ୍ଗପୁର ଜିଲ୍ଲାରେ ୨ ରୁବେଲା ଭାଇରସ୍ ସଂକ୍ରମିତ ଚିହ୍ନଟ
ରାଜ୍ୟରେ ଚିହ୍ନଟ ହେଲା ରୁବେଲା ଭାଇରସ୍ । ନବରଙ୍ଗପୁର ଜିଲ୍ଲାରେ ୨ ରୁବେଲା ଭାଇରସ୍ରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରୁବେଲାରେ ଆକ୍ରାନ୍ତ ହୋଇଥିବା ୨ ଜଣ ଶିଶୁ ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। ରୁବେଲା ଭାଇରସ୍ ସଂକ୍ରମଣ ସନ୍ଦେହରେ ୫ଟି ନମୁନା ଆଇସିଏମଆର(ICMR)କୁ ପଠାଯାଇଥିଲା। ବୁଧବାର ଏହାର ରିପୋର୍ଟ ଆସିବା ସହ ସେଥିରୁ ୨ ଜଣ ରୁବେଲା ଭାଇରସ୍ରେ ସଂକ୍ରମିତ ଥିବା ବେଳେ ଆଉ ଜଣଙ୍କ ଠାରେ ମିଳିମିଳା ଚିହ୍ନଟ ହୋଇଛି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଅନ୍ୟପଟେ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁରେ ରୁବେଲା ଭାଇରସ୍ରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଗାଁରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚିଛି। ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇଛି। ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଶିଶୁ ଘିମିରି ସଦୃଶ୍ୟ ହୋଇ ଥଣ୍ଡା, କାଶ ଜ୍ବରରେ ପୀଡ଼ିତ ହୋଇଥିଲ।