ଗାଧୋଇବାକୁ ଯାଇ ହୀରାକୁଦ ଡ୍ୟାମ୍‌ରେ ଭାସିଗଲେ ଦୁଇ ଏମ୍‌ସିଏଲ୍‌ କର୍ମଚାରୀ

ସମ୍ୱଲପୁର: ହୀରାକୁଦ ଡ୍ୟାମ ଝାଙ୍କରାଣୀ ନିକଟରେ ୨ ଜଣ ଭାସିଯାଇଥିବା ଜଣାପଡ଼ିଛି । ଗାଧୋଇବାକୁ ଆସିଥିବା ବେଳେ ପାଣିରେ ବୁଡ଼ିଯାଇ ନିଖୋଜ ଅଛନ୍ତି । ଅନ୍ୟ ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ତେବେ ନିଖୋଜ ଥିବା ୨ଜଣ ହେଲେ ମହେଶ ଚିତ୍ତୁରି ଓ ଅଭିଷେକ କୁମାର । ସେହିପରି ଅଳ୍ପକେ ବର୍ତ୍ତିଥିବା ବ୍ୟକ୍ତି ଜଣକ ଅବିନାଶ ବୋଲି ପୋଲିସ କହିଛି । ମିଳିଥିବା ସୂଚନା ଅନୁସାରେ ୪ଜଣ ବ୍ୟକ୍ତି ଗୋଟିଏ କାର୍ ଯୋଗେ ଗାଧୋଇବାକୁ ଆସିଥିଲେ । ୪ଜଣ ଗାଧୋଇବାକୁ ଯାଇଥିବାବେଳେ ଜଣେ ବାହାରି ଆସିବା ସହ ଅନ୍ୟଜଣେ ଅଳ୍ପକେ ବର୍ତ୍ତିଗଲେ । ହେଲେ ଆଉ ଦୁଇଜଣ ଭାସିଯାଇ ନିଖୋଜ ଅଛନ୍ତି । ସମସ୍ତେ ଏମସିଏଲର ମ୍ୟାନେଜର ରାଙ୍କର ଅଧିକାରୀ ବୋଲି ପୋଲିସ କହିଛି | ତେବେ ଅଗ୍ନିଶମ ବାହିନୀ ବର୍ତ୍ତମାନ ଅପରେସନ ଜାରି ରଖିଛି ।

Related Articles

Back to top button