ମସୁରୀରେ ସଡ଼କ ଦୁର୍ଘଟଣା, ଖାଲକୁ ଖସିଲା ଯାତ୍ରୀବାହୀ ବସ୍

ମସୁରୀ: ଉତ୍ତରାଖଣ୍ଡ ମସୁରୀରେ ରବିବାର ଏକ ଯାତ୍ରୀବାହୀ ବସ୍ ଗଭୀର ଖାଲକୁ ଖସିପଡିଛି। ଦୁର୍ଘଟଣା ମସୁରୀ ଗେଟ୍ ନିକଟସ୍ଥ ଆଇଟିବିପି ଆକାଡେମୀ ନିକଟରେ ଘଟିଛି। ଫଳରେ ଆକାଡେମୀର କ୍ୟାଡେଟ୍‌ମାନେ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କ ଉଦ୍ଧାର ଆରମ୍ଭ କରିଥିଲେ। ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର ପରେ ପରେ ତୁରନ୍ତ ହସ୍ପିଟାଲ ପଠାଯାଇଛି। ଏଥିରେ କାହାର ମୃତ୍ୟୁ ନେଇ ସୂଚନା ନାହିଁ।

ମଧ୍ୟାହ୍ନ ପ୍ରୟ ଗୋଟାଏ ୪୫ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ୩୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ରୋଡୱଜ୍ ବସ ଖାଇକୁ ଖସିପଡିଥିଲା। ଆଇଟିବିପି ଆକାଡେମୀର କ୍ୟାଡେଟ୍‌ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବସଟି ଡେରାଡୁନରୁ ମସୁରୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ବସଟି ଅଚାନକ ନିୟନ୍ତ୍ରଣ ହରାଇ ଆଇଟିବିପି ଏକାଡେମୀ ନିକଟରେ ଥିବା ଖାଇକୁ ଖସି ପଡିଥିଲା।

ସୂଚନା ମିଳିବା ମାତ୍ରେ ପୋଲିସ ପ୍ରଶାସନ ଉଦ୍ଧାର କାର୍ଯ୍ୟନିମନ୍ତେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯିବା ସହ ତୁରନ୍ତ ହସ୍ପିଟାଲ ପହଞ୍ଚାଇ ଦିଆଯାଇଛି। ତେବେ ଲଗାତାର ଜାରି ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ବ୍ୟବଧାନ ଆସିଥିଲେ ମଧ୍ୟ ଆଇଟିବିପି କ୍ୟାଡେଟଙ୍କ ଯୋଗୁ ଉଦ୍ଧାର ସୁଗମ ହୋଇପାରିଥିଲା।

Related Articles

Back to top button