ମାଲକାନଗିରି ପୋଲିସ ନିକଟରେ ୨ କୁଖ୍ୟାତ ମାଓବାଦୀ କଲେ ଆତ୍ମସମର୍ପଣ

ମାଲକାନଗିରି ପୋଲିସକୁ ମିଳିଛି ଏକ ବଡ ସଫଳତା। ଶୁକ୍ରବାର ମାଲକାନଗିରି ଏସପି ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ନିକଟରେ ଦୁଇଜଣ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିଥିବା ମାଲକାନଗିରି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ମାଲକାନଗିରି ଜିଲା ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂହ ମିନା ଏହି ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଆତ୍ମସମର୍ପଣ କରିଥିବା ୨ ମାଓବାଦୀ ଅନେକ ବଡ଼ ବଡ଼ ହିଂସାକାଣ୍ଡରେ ଜଡିତ ଥିଲେ। ସେଥିପାଇଁ ଅନେକ ଦିନରୁ ଏହି ଦୁଇ ମାଓବାଦୀଙ୍କ ନାମରେ ୬ଲକ୍ଷ ଟଙ୍କା ଲେଖାଁଏ ପୁରସ୍କାର ରାଶି ଘୋଷଣା କର ଯାଇଥିଲା। ତେବେ ଏହି ଦୁଇ ମାଓବାଦୀଙ୍କ ନାମ କଡ଼ତି ହୁରା ଏବଂ ଗଙ୍ଗା କାର୍ତାମି ବୋଲି ପ୍ରାଥମିକ ଜେରାରୁ ଜଣା ପଡିଛି। ମାଓ ସଙ୍ଗଠନରେ ବଡ଼ ଓ କ୍ୟାଡର ମାଓବାଦୀଙ୍କ ଅତ୍ୟାଚାର ସହ ସଙ୍ଗଠନ ନିଜର ନୀତି ଆଦର୍ଶରୁ ଓହରି ଯାଇଥିବାରୁ ଏମାନେ ସାଧାରଣ ଜୀବନ ଯାପନ କରିବା ନିମନ୍ତେ ଆତ୍ମସମର୍ପଣ କରିଥିବା ପୋଲିସ ସମ୍ମୁଖରେ ପ୍ରକାଶ କରିଛନ୍ତି। ତେବେ ମାଲକାନଗିରି ଜିଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସପି ନିତେସ ୱାଧୱାନି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Related Articles

Back to top button