ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ୩ ସପ୍ତାହ ସମୟ ନେଲେ ରାଜ୍ୟ ସରକାର

ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲା । କମିଶନଙ୍କ ରିପୋର୍ଟ ସ୍ଥିତି ନେଇ ଷ୍ଟାଟସ୍ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ୩ ସପ୍ତାହ ସମୟ ନେଲେ ରାଜ୍ୟ ସରକାର । ୩ ସପ୍ତାହ ପରେ ଶୁଣାଣି ।ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ରାଜ୍ୟ ସରକାରଙ୍କୁ ୩ ସପ୍ତାହର ମହଲତ । ତଦନ୍ତ କମିଶନ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ନେଇ ନେଇ ରାଜ୍ୟ ସରକାରଙ୍କୁ ୩ ସପ୍ତାହର ସମୟ ଦେଇଛନ୍ତି ହାଇକୋର୍ଟ । ଏହି ଅବଧି ଭିତରେ ରିପୋର୍ଟ ଦାଖଲ ନେଇ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟଳୟ । ୩ ସପ୍ତାହ ପରେ ମାମଲାର ପରବର୍ତୀ ଶୁଣାଣି ହେବ ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାର ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରିବା ଦାବିରେ ହାଇକୋର୍ଟରେ ମାମଲା ହୋଇଥିଲ ।ଚାବି ହଜିବା ଘଟଣାରେ ଗଠିତ ହୋଇ ଥିଲା ଜଷ୍ଟିସ ରଘୁବୀର ଦାସ କମିଶନ । ଆବେଦନକାରୀ କୋର୍ଟଙ୍କୁ ଜଣାଇଥିଲେ ଯେ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ କେବେ ସାର୍ବଜନୀନ କରାଯିବ ସେନେଇ କୌଣସି ଜବାବ ଦାଖଲ କରୁନାହାନ୍ତି । ସରକାର ବାରମ୍ବାର ସମୟ ମାଗୁଛନ୍ତି, ତେବେ କୋର୍ଟ ଏହି ମାମଲାର ଶୁଣାଣି କରି କେବେ ଏହାର ଜବାବ ରଖିବେ ସେନେଇ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରୀ ଦିଲୀପ କୁମାର ବରାଳଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେକ୍ସନ 3(4) ତଦନ୍ତ କମିଶନ 1952 ଧାରାକୁ ପାଳନ କରିବା, ରତ୍ନଭଣ୍ଡାରରେ ଥିବା ସାମଗ୍ରୀ ଗୁଡିକର ଯାଞ୍ଚ କରିବା ଏବଂ ରତ୍ନଭଣ୍ଡାରର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ASIକୁ ଦାୟିତ୍ୱ ଦିଆଯାଉ । ଏହି ୩ଟି ପ୍ରସଙ୍ଗକୁ ନେଇ ଆବେଦନକାରୀ ହାଇକୋର୍ଟରେ ପାର୍ଥନା କରିଥିଲେ ।

Related Articles

Back to top button